27.1 C
Bhubaneswar
Wednesday, September 18, 2024
Homeଦେଶ ବିଦେଶଲେମ୍ବୁ ପାଣିରେ ନିଶା ଦେଇ ମହିଳାଙ୍କୁ କଲେ ଦୁଷ୍କର୍ମ

ଲେମ୍ବୁ ପାଣିରେ ନିଶା ଦେଇ ମହିଳାଙ୍କୁ କଲେ ଦୁଷ୍କର୍ମ

ମୁମ୍ବାଇ: ମହାରାଷ୍ଟ୍ରର ଥାଣେ ଜିଲ୍ଲାରେ ହୋଇଛି ଅଘଟଣ । ଜନ୍ମଦିନ ନାଁ ରେ ଯୁବତୀଙ୍କୁ ଡାକି ଦୁଷ୍କର୍ମ କଲେ ଅଭିଯୁକ୍ତ । ଜଣେ ଯୁବତୀ ନିଜ ବନ୍ଧୁଙ୍କ ଜନ୍ମଦିନ ପାର୍ଟିରେ ଯୋଗଦେବା ପାଇଁ ଯାଇଥିଲେ । କିନ୍ତୁ ଏହା ଥିଲା ତାଙ୍କ ଜୀବନର ବଡ ଭୁଲ । ଯୁବତୀଙ୍କୁ ଲେମ୍ବୁ ପାଣିରେ ନିଶା ଦେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ମାମଲା ମହାରାଷ୍ଟ୍ରର ଥାଣେ ଜିଲ୍ଲା ବଦଲାପୁରର ଶିରଗାଓଁ ଅଞ୍ଚଳର ବୋଲି ସୂଚନା ମିଳିଛି । ଜନ୍ମଦିନ ଭୋଜିରେ ନିଶା ଦେଇ ଦୁଷ୍କର୍ମ କରାଯାଇଥିଲା । ପରେ ପୀଡିତାଙ୍କ ଅଭିଯୋଗରେ ପୋଲିସ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି । ସନ୍ତୋଷ ଶିବରାମ ରୂପାବଥେ, ଶିବମ ସଞ୍ଜୟ ରାଜେ ଏବଂ ଆଲିସ୍କା ଓରଫ ଭୂମିକା ରବିନ୍ଦ୍ର ମେଶ୍ରାମଙ୍କ ସମେତ ଚାରି ଜଣଙ୍କୁ ପୋଲିସ ଗିରଫ କରିଛି । ଆଲିସ୍କା ନିଜ ଜନ୍ମଦିନ ପାଳନ ପାଇଁ ପୀଡ଼ିତାଙ୍କୁ ଘରକୁ ନିମନ୍ତ୍ରଣ କରିଥିଲେ ।

ଏହି ସମୟରେ ଘରେ ଆଉ ଦୁଇଜଣ ଲୋକ ଉପସ୍ଥିତ ଥିଲେ । ଯିଏ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିଲେ । ପୋଲିସ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ ପାର୍ଟି ପରେ ଉଭୟ ଅଭିଯୁକ୍ତ ମଦ୍ୟପାନ କରିବା ଆରମ୍ଭ କରିଥିଲେ । ଆଉ ପୀଡିତା ଯିବାକୁ ବାହାରିବା ସମୟରେ ତାଙ୍କ ବନ୍ଧୁ ଆଲିସ୍କା ତାଙ୍କୁ କିଛି ସମୟ ରହିବାକୁ କହିଥିଲେ । ଯେତେବେଳେ ପୀଡ଼ିତାଙ୍କୁ ଥକ୍କା ଲାଗିଥିଲା ସେତେବେଳେ ଆଲିସ୍କା ରୋଷେଇ ଘରକୁ ଯାଇ ଲେମ୍ବୁ ପାଣିରେ ନିଶା ମିଶାଇ ଆଣିଥିଲେ ଓ ପୀଡ଼ିତାଙ୍କୁ ପିଇବାକୁ ଦେଇଥିଲେ । ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଘଟଣାର ଅନୁସନ୍ଧାନ କରିବା ପରେ ଜଣାପଡିଛି ଯେ ପୀଡିତା ଲେମ୍ବୁ ପାଣି ପିଇବା ପରେ ତାଙ୍କ ମୁଣ୍ଡ ବୁଲାଇଥିଲା । ଯାହା ପରେ ସେଠାରେ ଉପସ୍ଥିତ ଦୁଇଜଣ ମଦ୍ୟପ ବ୍ୟକ୍ତି ପୀଡିତାଙ୍କୁ ଏକ କୋଠରୀକୁ ନେଇ ଦୁଷ୍କର୍ମ କରିଥିଲେ । ବାଥରୁମରେ ଚେତାଶୂନ୍ୟ ହୋଇ ପଡ଼ିଥିଲେ ଯୁବତୀ ପରେ ଅଭିଯୁକ୍ତ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ବର୍ତ୍ତମାନ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking