29.1 C
Bhubaneswar
Friday, June 28, 2024
Homeଓଡିଶାନିଷ୍କ୍ରିୟ କଲାବେଳେ ବୋମା ଫୁଟି ହାବିଲଦାରଙ୍କର ମୃତ୍ୟୁ

ନିଷ୍କ୍ରିୟ କଲାବେଳେ ବୋମା ଫୁଟି ହାବିଲଦାରଙ୍କର ମୃତ୍ୟୁ

କଟକ: ଆଜି କଟକରେ ଏକ ବଡ଼ ଅଘଟଣ ଘଟିଯାଇଛି । ଜବତ କରାଯାଇଥିବା ବୋମାକୁ ନିଷ୍କ୍ରିୟ କଲାବେଳେ ତାହା ଫୁଟିଯାଇଛି । ଏହା ଦ୍ୱାରା ଜଣେ ହାବିଲଦାରଙ୍କ ମୃତୁ୍ୟ ହୋଇଥିବାବେଳେ ନିଷ୍କ୍ରିୟକାରୀ ପୁଲିସ ଟିମର କିଛି କର୍ମଚାରୀ ଆହତ ହୋଇଥିବା ଜଣାଯାଇଛି । ପ୍ରକାଶ ଯେ ଜବତ ହୋଇଥିବା ବୋମାକୁ କଟକ ସଦର ଥାନାର ଏକ ପରିତ୍ୟକ୍ତ ଗୃହରେ ରଖାଯାଇଥିଲା । ତେବେ ଆଜି ସେଗୁଡ଼ିକୁ ଗୋପାଳପୁର ନିକଟସ୍ଥ କାଠଯୋଡ଼ି ନଦୀପଠାରେ  ନିଷ୍କ୍ରିୟ କରାଯାଉଥିଲା । ସେଥିରେ ନିଆଁ ଲଗାଇବା ମାତ୍ରେ ସେଗୁଡ଼ିକ ଫୁଟିଯାଇଥିଲା । ଘଟଣାସ୍ଥଳରେ ବରିଷ୍ଠ ପୁଲିସ ଅଧିକାର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏହା ବୋମା ନୁହେଁ, ବାଣ ବୋଲି ଏସଡିପିଓ ଅନିଲ ମିଶ୍ର କହିଛନ୍ତି ।

ନିଷ୍କ୍ରିୟ କଲାବେଳେ ଫୁଟିଲା ବୋମା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking