27.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶମଶା କାମୁଡ଼ିଲେ କଣ ପାଇଁ କୁଣ୍ଡାଇ ହୁଏ; କେବେ ଆପଣ ଭାବିଛନ୍ତି କି ? ଆସନ୍ତୁ...

ମଶା କାମୁଡ଼ିଲେ କଣ ପାଇଁ କୁଣ୍ଡାଇ ହୁଏ; କେବେ ଆପଣ ଭାବିଛନ୍ତି କି ? ଆସନ୍ତୁ ଜାଣିବା କଣ ରହିଛି ଏହାର ବୈଜ୍ଞାନିକ ରହସ୍ୟ….

ନୂଆଦିଲ୍ଲୀ: ମଶାଙ୍କ ଉପଦ୍ରବ ଆରମ୍ଭ ହୋଇଗଲାଣି | ରାତିରେ ଶୋଇବାବେଳେ ହେଉ କି ସନ୍ଧ୍ୟାରେ ଆପଣ ବସିଥିବାବେଳେ ମଶା କାମୁଡିଥାନ୍ତି | ମଶା କାମୁଡିବା ଦ୍ୱାରା ମ୍ୟାଲେରିଆ, ଡେଙ୍ଗୁ ଭଳି ରୋଗ ହେଉଥିବାବେଳେ ମଶା କାମୁଡ଼ିଲେ କଣ ପାଇଁ କୁଣ୍ଡାଇହୁଏ ଓ ମଶା କାମୁଡିଥିବା ଜାଗା କାହିଁକି ଲାଲ ପଡ଼ିଯାଏ, କେବେ ଆପଣ ଭାବିଛନ୍ତି କି?

ଆଜି ଆମେ ଆପଣଙ୍କୁ ଏହା ପଛର କାରଣ ବାବଦରେ ଜଣାଇବୁ | ଏହା ସହିତ, ଏହି ପ୍ରଶ୍ନ ମଧ୍ୟ ମନକୁ ଆସୁଥିବ ଯେ ମଶା ଆମ ରକ୍ତ କାହିଁକି ପିଇଥାଏ? ବାସ୍ତବରେ ଅଣ୍ଡିରା ମଶା ନା କାମୁଡ଼ନ୍ତି ନା ରୋଗ ବିସ୍ତାର କରନ୍ତି | କେବଳ ମାଈ ମଶା ମଣିଷ ଏବଂ ପଶୁମାନଙ୍କୁ କାମୁଡ଼ନ୍ତି ଓ ରକ୍ତ ଶୋଷିଥାନ୍ତି | ଏବେ ଏହା ଜାଣିବା ଜରୁରୀ ଯେ ମାଈ ମଶା କାହିଁକି ରକ୍ତ ଶୋଷିଥାନ୍ତି?

ପ୍ରକୃତରେ, ମାଈ ମଶାମାନେ ରକ୍ତ ନ ପିଇଲେ ଅଣ୍ଡା ଦେଇ ପାରିବେ ନାହିଁ | ସିଧା କଥାରେ କହିବାକୁ ଗଲେ, ମାଈ ମଶା ରକ୍ତ ନ ପିଇଲେ ସେମାନେ ଅଣ୍ଡା ଦେଇ ପାରିବେ ନାହିଁ। ଏଥିପାଇଁ ଅନେକ ରୋଗ ବ୍ୟାପିବା ପଛରେ ମାଈ ମଶାମାନେ ହିଁ ଦାୟୀ ହୋଇଥାନ୍ତି | ଏବେ ଜାଣନ୍ତୁ ମଶା କାମୁଡିବା ପରେ କାହିଁକି ସେ ସ୍ଥାନ କୁଣ୍ଡାଇ ହୋଇଥାଏ | ଯେତେବେଳେ କୌଣସି ମଶା କାମୁଡ଼ିଥାଏ, ସେତେବେଳେ ମଶା ଏହାର ଛୁଞ୍ଚି ଭଳି ଲମ୍ବା ଶୁଣ୍ଢ ଦ୍ୱାରା ଚର୍ମରେ ଛିଦ୍ର କରିଥାଏ | ଯେତେବେଳେ ମଶା କାମୁଡ଼ିଥାଏ, ଏହା ଆପଣଙ୍କ ଶରୀରରେ ଲାଳ କ୍ଷରଣ କରିଦେଇଥାଏ | ଆଉ ଏହି ଲାଳ ପାଇଁ କୁଣ୍ଡାଇ ହୋଇଥାଏ |

ଆଉ ବାରମ୍ବାର କୁଣ୍ଡେଇବାରୁ ସେହି ଜାଗା ଲାଲ ପଡିଯାଇଥାଏ | ଅବଶ୍ୟ ମଶା କାମୁଡ଼ିବା ଦ୍ୱାରା କିଛି ଲୋକଙ୍କର ସାମାନ୍ୟ ପ୍ରତିକ୍ରିୟା ଦେଖାଯାଉଥିବାବେଳେ କିଛି ଲୋକଙ୍କଠାରେ ମଶା କାମୁଡ଼ିବାର ଖରାପ ପ୍ରଭାବ ପଡିଥାଏ। କିଛି ଲୋକମାନଙ୍କୁ ମଶା କାମୁଡିବା ପରେ ଫୁଲିଯିବା ସହ ଯନ୍ତ୍ରଣା ସାଙ୍ଗକୁ ଲାଲ୍ ଚିହ୍ନ ସୃଷ୍ଟି ହୋଇଯାଇଥାଏ | ଏହି ଲାଲ୍ ଚିହ୍ନ ତୁରନ୍ତ ଦେଖାଯାଏନାହିଁ ଏବଂ କିଛି ସମୟ ପରେ ସୃଷ୍ଟି ହୁଏ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking