ନୂଆଦିଲ୍ଲୀ: ଆଗକୁ ଆସୁଛି ରାକ୍ଷୀ ବନ୍ଧନ। ଏଥିପାଇଁ ସବୁ ଭଉଣୀଙ୍କ ପାଇଁ ଆଗୁଆ ଉପହାର ଦେଇଛନ୍ତି ହରିଆଣା ସରକାର। ହରିଆଣା ସରକାରୀ ବସରେ ଦୁଇଦିନ ପାଇଁ ମହିଳା ମାନଙ୍କ ପାଇଁ ଯାତ୍ରା ମାଗଣା ହେବ। ଏନେଇ ଶୁକ୍ରବାର ଟ୍ୱିଟ୍ କରି ସୁଚନା ଦେଇଛନ୍ତି ହରିଆଣା ମୁଖ୍ୟମନ୍ତ୍ରୀ ମନହୋର ଲାଲ୍ ଖଟ୍ଟର। ହରିଆଣା ସିଏମଓ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି “ ହରିଆଣା ସରକାର ମହିଳାମାନଙ୍କୁ ରକ୍ଷାବନ୍ଧନର ଉପହାର ଦେଇ ଚଳିତ ବର୍ଷକ ବି ହରିଆଣା ପରିବହନରେ ଥିବା ବସ୍ଗୁଡ଼ିକରେ ମାଗଣା ଯାତ୍ରା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛି। ମାଗଣା ଯାତ୍ରାର ସୁବିଧା ୧୦ ଅଗଷ୍ଟ, ୨୦୨୨ ଦିନ ୧୨ଟାରୁ ୧୧ ଅଗଷ୍ଟ ରାକ୍ଷୀ ବନ୍ଧର ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ରହିବ। ” ଏନେଇ ରାଜ୍ୟ ପରିବହନ ମନ୍ତ୍ରୀ ମୁଲଚନ୍ଦ ଶର୍ମା ଶୁକ୍ରବାର ସୂଚନା ଦେଇଥିଲେ। ୧୧ ଅଗଷ୍ଟରୁ ମାଗଣା ବସ୍ ଯାତ୍ରା ଆରମ୍ଭ ହେବ ବୋଲି ସେ କହିଥିଲେ। ମହିଳାମାନଙ୍କ ଠାରୁ ଆରମ୍ବ କରି ୧୫ ବର୍ଷୀୟ ନାବାଳିକମାନଙ୍କ ପାଇଁ ଏହି ମାଗଣା ବସ୍ ସେବା ଯୋଗାଇ ଦିଆଯିବ।