17.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶଏଣିକି ୨୫ ନୁହେଁ ୨୧ ବର୍ଷ ବୟସରେ ପିଇପାରିବେ ମଦ

ଏଣିକି ୨୫ ନୁହେଁ ୨୧ ବର୍ଷ ବୟସରେ ପିଇପାରିବେ ମଦ

ଚଣ୍ଡିଗଡ: ମଦ୍ୟପାନ ପାଇଁ କମିଲା ବୟସ ସୀମା। ଏଣିକି ୨୫ ନୁହେଁ ୨୧ ବର୍ଷ ବୟସରେ ପିଇପାରିବେ ମଦ । ଏଭଳି ନିଷ୍ପତ୍ତି ନେଇଛନ୍ତି ହରିୟାଣା ସରକାର । ଗତକାଲି ରାଜ୍ୟର ଅବକାରୀ ଆଇନର ସଂଶୋଧନ କରି ମଦ୍ୟପାନ ପାଇଁ ଆଇନଗତ ବୟସ ସୀମାକୁ ପରିବର୍ତ୍ତନ କରିଛନ୍ତି ସରକାର । କେବଳ ମଦ ପାନ ନୁହଁ ବରଂ ମଦ କିଣିବା ଓ ବିକ୍ରି କରିବା ନେଇ ମଧ୍ୟ ଆଇନରେ ସଂଶୋଧନ କରାଯାଇଛି ।
ଏନେଇ ବିଧାନସଭାରେ ଅବକାରୀ ସଂଶୋଧନ ବିଲ ୨୦୨୧ ପାରିତ ହୋଇଛି । ନିକଟରେ ଦିଲ୍ଲୀ ସରକାର ମଧ୍ୟ ମଦ୍ୟପାନ ପାଇଁ ବୟସ ସୀମାକୁ ୨୧ ବର୍ଷ ହ୍ରାସ କରିଥିଲେ । ସେହି ଦିନଠାରୁ ସାମାଜିକ ଓ ଅର୍ଥନୈତିକ ଅବସ୍ଥା ବଦଳିଯାଇଛି ବୋଲି ହରିୟାଣାର ଉପମୁଖ୍ୟମନ୍ତ୍ରୀ ବିଧାନସଭାରେ ଏହି ମତ ରଖିଥିଲେ ।ଲୋକମାନେ ବର୍ତ୍ତମାନ ଅଧିକ ଶିକ୍ଷିତ ହେଲେଣି । ନିଜର ଜୀବନ ଶୈଳୀ ନେଇ ମଧ୍ୟ ବହୁତ ଯତ୍ନବାନ ଅଛନ୍ତି । ତେବେ ସେମାନେ ମଦ୍ୟପାନ ନେଇ ନିଜେ ନିଷ୍ପତ୍ତି ନେଇ ପାରିବେ ବୋଲି ଅବକାରୀ ସଂଶୋଧନ ବିଲରେ ଉଲ୍ଲେଖ କରାଯାଇଛି । ଏହି ବିଲ ଗତକାଲି ହରିୟାଣା ବିଧାନସଭାରେ ପାରିତ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking