ଚଣ୍ଡିଗଡ଼: କୋଭିଡ-୧୯ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ବେଳେ ଏବେ ଭାରତରେ ସାଂଘାତିକ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି । ଭାରତରେ ଆଜି ପର୍ଯ୍ୟନ୍ତ ୧୯୯ ଜଣଙ୍କର ପ୍ରାଣହାନୀ ଘଟିଲାଣି । ଏହି କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରୁଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କ ଦରମାକୁ ଦୁଇଗୁଣ କରିଛି ହରିୟାଣା ସରକାର । ଏଥିରେ ଥିବା ସମସ୍ତ ଡାକ୍ତର ଏବଂ ପାରାମେଡିକାଲ କର୍ମଚାରୀ ଏହି ସବୁିଧା ପାଇପାରିବେ ବୋଲି ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟାର ଘୋଷଣା କରିଛନ୍ତି । କେବଳ କରୋନାଭାଇରସ୍ ବିରୋଧରେ ପ୍ରତ୍ୟେକ୍ଷ ଭାବେ ଲଢ଼େଇ କରୁଥିବା ସ୍ବାସ୍ଥ୍ୟ କର୍ମଚାରୀମାନେ ହିଁ ଏହି ବର୍ଦ୍ଧିତ ବେତନ ପାଇବାକୁ ହକଦାର ବୋଲି ସେ କହିଛନ୍ତି। ଏହାଛଡ଼ା, ରାଜ୍ୟରେ କୋଭିଡ୍-୧୯ ସଂକ୍ରମଣ ରୋକିବା ନିମନ୍ତେ ପ୍ରତ୍ୟକ୍ଷ ଭାବେ ଲଢ଼େଇରେ ନିୟୋଜିତ ପୁଲିସ କର୍ମଚାରୀଙ୍କର ମୃତ୍ୟୁ ହେଲେ ତାଙ୍କ ପରିବାର ୩୦ ଲକ୍ଷ ଟଙ୍କା ପାଇବେ ବୋଲି ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି।