23.9 C
Bhubaneswar
Thursday, October 24, 2024
Homeଦେଶ ବିଦେଶହରିୟାଣା କ୍ୟାଡର ଆଇଏଏସ୍ ଅଫିସର ଗିରଫ

ହରିୟାଣା କ୍ୟାଡର ଆଇଏଏସ୍ ଅଫିସର ଗିରଫ

ଚଣ୍ଡିଗଡ : ଦୁର୍ନୀତି ଅଭିଯୋଗ ହରିୟାଣା ପୁଲିସ ରାଜ୍ୟର ବରିଷ୍ଠ ଆଇଏଏସ୍ ଅଫିସର ବିଜୟ ଦହିୟାଙ୍କୁ ମଙ୍ଗଳବାର ଗିରଫ କରିଛି । ୨୦୦୧ ବ୍ୟାଚ୍ ହରିୟାଣା କ୍ୟାଡର ଏହି ଆଇଏଏସ୍ ଅଫିସର ପୂର୍ବରୁ ପଞ୍ଚକୁଲାଠାରେ ହରିୟାଣା ଦକ୍ଷତା ବିକାଶ ବିଭାଗ କମିଶନରଭାବେ କାର୍ଯ୍ୟ କରୁଥିବାବେଳେ ଏହି ଦୁର୍ନୀତିର ସୂତ୍ରପାତ ହୋଇଥିଲା । ସେତେବେଳେ କେତେକ ବିଲ୍ ପାସ୍ କରାଇବାକୁ ବିଜୟ ଜଣେ ମହିଳାଙ୍କ ଜରିଆରେ ପ୍ରବଳ ଲାଞ୍ଚ ଗ୍ରହଣ କରିଥିବା ଅଭିଯୋଗ ହୋଇଛି । ପୁଲିସ ପୂର୍ବରୁ ଉକ୍ତ ମହିଳାଙ୍କୁ ଗିରଫ କରାଯାଇଥିବାବେଳେ ତାଙ୍କ ବୟାନକୁ ଆଧାର କରି ବିଜୟ ବର୍ତ୍ତମାନ ଗିରଫ ହୋଇଛନ୍ତି । ୫୦ ଲକ୍ଷ ଟଙ୍କାର ବିଲ୍ ପାସ୍ କରାଇବାକୁ ୫ ଲକ୍ଷ ଟଙ୍କା ଦାବି କରାଯାଇଥିଲା । ଏହି ପ୍ରସଙ୍ଗରେ ଅଭିଯୋଗକାରୀ ଦୁର୍ନୀତି ନିବାରଣ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ମହିଳା ଜଣକ ୩ ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବାବେଳେ ଘଟଣାସ୍ଥଳରେ ଗିରଫ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking