ନୂଆଦିଲ୍ଲୀ : ଯୈାତୁକ ନିର୍ଯ୍ୟାତନାରେ ଶ୍ୱଶୁର ଘରର ପ୍ରତ୍ୟେକ ସଦସ୍ୟ ଅଭିଯୁକ୍ତ ହୋଇ ପାରିବେ ନାହିଁ । ଯଦି ଅଭିଯୋଗ କାରୀ ଅଭିଯୋଗ କରନ୍ତି ତେବେ ତାଙ୍କୁ ମଧ୍ୟ ସ୍ପଷ୍ଟ ପ୍ରମାଣ ଦେବାକୁ ପଡିବ, ଯାହା ସମ୍ପୃକ୍ତ ପରିବାରର ସଦସ୍ୟଙ୍କୁ ପ୍ରମାଣିତ କରୁଥିବ । ପ୍ରତ୍ୟେକ ଛୋଟ ଘଟଣାକୁ ପ୍ରତାଡନା କୁହାଯାଇ ପାରିବ ନାହିଁ । ଜଣେ ମହିଳାଙ୍କ ଶ୍ୱଶୁରଙ୍କୁ ଯୌତୁକ ନିର୍ଯ୍ୟାତନା ତଥା ବିଶ୍ୱାସର ଉଲଂଘନ କରିବା ଅଭିଯୋଗରୁ ନିର୍ଦ୍ଦୋଷରେ ଖଲାସ କରିବା ବେଳେ କୋର୍ଟ ଏହି ଗୁରୁତ୍ୱପୁର୍ଣ୍ଣ ରାୟ ଦେଇଛନ୍ତି । ତିସ ହଜାରୀ ସ୍ଥିତ ଅତିରିକ୍ତ ସତ୍ର ନ୍ୟାୟଧିଶ ସଞ୍ଜୀବ କୁମାର ନିଜ ନିଷ୍ପତ୍ତି ରେ କହିଛନ୍ତି କି , ଯୈାତୁକ ନିର୍ଯ୍ୟାତନା ଆଇନ ଏଥି ପାଇଁ ପ୍ରଣୟନ କରାଯାଇଛି କି ମହିଳାଙ୍କୁ ନିଜ ଶ୍ୱଶୁର ଘରେ ପ୍ରତାଡନାରୁ ସୁରକ୍ଷା ମିଳୁ । କିନ୍ତୁ ଗତ କିଛି ବର୍ଷ ହେବ ଏହି ଆଇନର ଉଲଂଘନ ହେଉଛି । ଦେଶର ବରିଷ୍ଠ ଅଦାଲତ ସେମାନଙ୍କ ନିଷ୍ପତ୍ତି ସମୟ ସମୟରେ ଉଲ୍ଲେଖ କରିଛନ୍ତି ଯେ , କେବଳ ଶାଶୁ ଘରର ପରିବାରର ପ୍ରତ୍ୟେକ ସଦସ୍ୟ ନୁହଁନ୍ତି ଅନ୍ୟ ସମ୍ପର୍କୀୟ ମାନେ ମଧ୍ୟ ଛୋଟଛୋଟ ବିବାଦରେ ଯୈାତୁକ ନିର୍ଯ୍ୟାତନା ମାମଲାରେ ଜଡିତ ହେଉଛନ୍ତି । ପ୍ରମାଣ ଅଭାବରେ ସେମାନଙ୍କୁ ନିର୍ଦ୍ଦୋଷ ରେ ଖଲାସ କରାଯାଉଛି । ୪ ବର୍ଷ ପୂର୍ବ ୨୦୧୮ ରେ ଚାନ୍ଦିନ ଚୈାକ ଅଂଚଳରେ ରହୁଥିବା ଜଣେ ମହିଳା ଯୈୀତୁକ ନିର୍ଯ୍ୟାତନା ଅଭିଯୋଗରେ ତାଙ୍କ ସ୍ୱାମୀ ଓ ଶାଶୁ-ଶଶୁର ଙ୍କ ବିରୋଧରେ ମାମଲା ଦାୟର କରିଥିଲେ । ନିମ୍ନ ଅଦାଲତ ଏ ନେଇ ନିଷ୍ପତ୍ତି ନେଇଥିଲେ । ଅଭିଯୋଗ କାରୀ ନିର୍ଯ୍ୟାତନା ର ସମୟ ପଦ୍ଧତି ଏବଂ ତାରିଖ ଉଲ୍ଲେଖ କରିଛନ୍ତି । ୨୦୨୨ ଫେବ୍ରୁଆରୀ ୮ ରେ କହକାସାନ ଛଦ୍ମନାମ ସୋନମ , ଏବଂ ଅନ୍ୟାନ୍ୟ ୬ ଟି ମାମଲାକୁ ୂବିଚାର କୁ ନେଇଛନ୍ତି । ଅଧିବେଶନ କୋର୍ଟ କହିଛନ୍ତି ଯେ ସୁପ୍ରିମକୋର୍ଟ ଏ ନେଇ ଗଭୀର ଚିନ୍ତା ପ୍ରକଟ କରି ତାଙ୍କ ରାୟରେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଯୈାତୁକ ନିର୍ଯ୍ୟାତନା ଆଇନର ଅପବ୍ୟବହାର ହେବା ଉଚିତ ନୁହେଁ । ମିଥ୍ୟା ଯୈାତୁକ ନିର୍ଯ୍ୟାତନା ମାମଲାରେ ସ୍ୱାମୀଙ୍କ ସମ୍ପର୍କୀୟଙ୍କୁ ଜଡିତ କରିବା ଏକ ଧାରା ଏବେ ପାଲଟିଛି ।