26.1 C
Bhubaneswar
Saturday, October 19, 2024
Homeଖେଳହରମନ୍‌ପ୍ରୀତଙ୍କୁ ଆଇସିସି ଛାଟ; ଅଶୋଭନୀୟ ବ୍ୟବହାର ପାଇଁ କଟିଲା ମ୍ୟାଚ୍ ଫି'

ହରମନ୍‌ପ୍ରୀତଙ୍କୁ ଆଇସିସି ଛାଟ; ଅଶୋଭନୀୟ ବ୍ୟବହାର ପାଇଁ କଟିଲା ମ୍ୟାଚ୍ ଫି’

ଢାକା: ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ହରମନପ୍ରୀତ କୌର ଦଣ୍ଡିତ ହୋଇଛନ୍ତି । ତାଙ୍କର ଆଉଟ୍ ନିଷ୍ପତିକୁ ନେଇ ଅମ୍ପାୟରଙ୍କ ସହ ସେ ଯୁକ୍ତିତର୍କ କରଥିଲେ । ପରେ ଷ୍ଟମ୍ପ୍‌କୁ ନିଜ ବ୍ୟାଟ୍‌ରେ ପ୍ରହାର କରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଏହାପରେ ଏବେ ତାଙ୍କ ମ୍ୟାଚ ଫି’ର ୭୫ ପ୍ରତିଶତ ଅର୍ଥ ଜରିମାନା ବାବଦରେ କଟାଯାଇଛି । ଅନୁଚିତ ବ୍ୟବହାର ପାଇଁ ୫୦ ପ୍ରତିଶତ ଓ ମ୍ୟାଚ୍ ପରେ ଦେଇଥିବା ବୟାନ ନେଇ ୨୫ ପ୍ରତିଶତ ଅର୍ଥ ଜରିମାନା ଆକାରରେ କାଟିଛି ଆଇସିସି । ଏହା ବ୍ୟତୀତ ଭାରତୀୟ ଅଧିନାୟିକାଙ୍କୁ ୩ ଡିମେରିଟ ପଏଣ୍ଟ ମଧ୍ୟ ମିଳିଛି ।

୧-୧ରେ ବରାବର ସ୍ଥିତିରେ ଥିବା ଦିନିକିଆ ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ତୃତୀୟ ଦିନିକିଆରେ ବାଂଲାଦେଶ ୨୨୫ ରନ କରିଥିଲା । ବିଜୟ ପାଇଁ ୨୨୬ ରନର ପିଛା କରି ଭାରତ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ନାଟକୀୟ ଢଙ୍ଗରେ ୱିକେଟ ଖସିଯାଇଥିଲା । ଭାରତୀୟ ଦଳ ଅଧିନାୟିକା ହରମନପ୍ରୀତ ଚତୁର୍ଥ ୱିକେଟ ଭାବେ ଆଉଟ ହୋଇଥିଲେ । ୩୪ତମ ଓଭରର ଚତୁର୍ଥ ବଲକୁ ହରମନପ୍ରୀତ ଏକ ସ୍ୱିପ୍ ସଟ୍ ଖେଳିବାକୁ ଚେଷ୍ଟା କରିଥିଲେ । କିନ୍ତୁ ବଲ ତାଙ୍କ ପ୍ୟାଡ ବାଜିଥିଲା । ବୋଲର ନହିଦା ଅଖତର ଅପିଲ୍ କରିବା ପରେ ଅମ୍ପାୟାର ତାଙ୍କୁ ଆଉଟ ଘୋଷଣା କରିଥିଲେ । ଅମ୍ପାୟାରଙ୍କ ନିଷ୍ପତ୍ତିରେ ହରମନପ୍ରୀତ ସମ୍ପୂର୍ଣ୍ଣ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ପାଭିଲିୟନକୁ ଫେରିବା ପୂର୍ବରୁ ନିଜ ବ୍ୟାଟ୍ରେ ଷ୍ଟମ୍ପକୁ ପ୍ରହାର କରିଥିଲେ । ଏହା ବ୍ୟତୀତ ସେ ପାଭିଲିୟନକୁ ଫେରିବାବେଳେ ଅମ୍ପାୟାରଙ୍କୁ ମଧ୍ୟ କିଛି କହିଥିଲେ । ଯାହାର ଭିଡିଓ ସାମାଜିକ ଗଣମାଧ୍ୟମରେ ବେଶ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ଭାରତୀୟ ଅଧିନାୟିକାଙ୍କ ଏଭଳି ଅଶୋଭନୀୟ ବ୍ୟବହାରକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି । ମ୍ୟାଚ୍ ପରେ ମଧ୍ୟ ଅମ୍ପାୟାରଙ୍କ ନିଷ୍ପତ୍ତି ନେଇ ପ୍ରଶ୍ନ ଉଠାଇଥିଲେ ହରମନପ୍ରୀତ । ମ୍ୟାଚ ପରେ ଆୟୋଜିତ ପ୍ରେସ୍ମିଟ୍ରେ ହରମନପ୍ରୀତ କହିଥିଲେ, “ମୁଁ ଭାବୁଛି ଏହି ମ୍ୟାଚରୁ ଆମକୁ ଅନେକ କିଛି ଶିଖିବାକୁ ଅଛି । ଏହି ମ୍ୟାଚ୍ରେ ଅମ୍ପାୟାରିଂ ଦେଖି ଆମେ ଆଶ୍ଚର୍ଯ୍ୟ । ତେବେ ଆଇସିସି ଦ୍ୱାରା ଭାରତୀୟ ଅଧିନାୟିକାଙ୍କୁ ୩ ଡିମେରିଟ ପଏଣ୍ଟ ମିଳିବା ବିସିସିଆଇର ଚିନ୍ତା ବଢ଼ାଇଛି । ୨୪ ମାସ ମଧ୍ୟରେ ଯଦି ଜଣେ ଖେଳାଳୀଙ୍କୁ ୪ ଡିମେରିଟ ଅଙ୍କ ମିଳିବ ତାଙ୍କୁ ଗୋଟିଏ ଟେଷ୍ଟ କିମ୍ବା ୨ଟି ଦିନିକିଆ ମ୍ୟାଚରୁ ବାସନ୍ଦ ହେବାକୁ ପଡିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking