30.1 C
Bhubaneswar
Sunday, June 30, 2024
Homeଦେଶ ବିଦେଶପତଞ୍ଜଳୀ ଗୁରୁକୁଳ ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ଜବତ ହେଲା ସୁଇସାଇଡ ନୋଟ

ପତଞ୍ଜଳୀ ଗୁରୁକୁଳ ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ଜବତ ହେଲା ସୁଇସାଇଡ ନୋଟ

ନୂଆଦିଲ୍ଲୀ : ରବିବାର ଉତ୍ତରାଖଣ୍ଡର ହରିଦ୍ୱାରରେ ଥିବା ବୈଦିକ କନ୍ୟା ଗୁରୁକୁଳ ଠାରେ ଏକ ଯୁବତୀ ବିଲଡିଂରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସନ୍ଦେହଜନକ ପରିସ୍ଥିତିରେ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିବା ନେଇ ଜଣାପଡିଛି । ଆତ୍ମହତ୍ୟା କରିଥିବା ଯୁବତୀ ଜଣଙ୍କ ମଧ୍ୟପ୍ରଦେଶର ବାସିନ୍ଦା ବୋଲି ସୂଚନା ମିଳିଛି । ଏହାକୁ ନେଇ ପତଞ୍ଜଳୀ ଆଶ୍ରମରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏନେଇ ପୋଲିସ ସୂଚନା ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ଯୁବତୀଙ୍କ ଶବ ନିକଟରୁ ଏକ ସୁଇସାଇଡ ନୋଟ ଜବତ କରିଛି। ତେବେ ଯୁବତୀ ଜଣଙ୍କ କାହିଁକି ଆତ୍ମହତ୍ୟା କରିଛନ୍ତି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।

ବାହାଦରାବାଦର ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ପରବେଜ ଅଲ୍ଲୀ କହିଛନ୍ତି ଯେ ଯୁବତୀଙ୍କ ଠାରୁ ଏକ ଆତ୍ମହତ୍ୟା ନୋଟ ମଧ୍ୟ ମିଳିଛି ଯେଉଁଥିରେ ଧାର୍ମିକ ଜିନିଷଗୁଡ଼ିକ ଉଲ୍ଲେଖ କରାଯାଇଥିଲେ ବି ସେଥିରୁ କିଛି ସ୍ପଷ୍ଟ ଜଣାପଡୁନାହିଁ। ହେଲେ ଏଥିରେ କିଛି ଭକ୍ତିର କଥା ଲେଖାଯିବା ସହ ସେ ଇଶ୍ୱରଙ୍କ ଠାରେ ବିଲିନ ହେବାକୁ ଆତ୍ମହତ୍ୟା କରିଛନ୍ତି ବୋଲି ଲେଖାଯାଇଛି । ପୋଲିସ କହିଛି ଯେ ଆତ୍ମହତ୍ୟା ବାବଦରେ ଯୁବତୀଙ୍କ ପରିବାରକୁ ସୂଚନା ଦିଆଯାଇଛି । ଏହି ଘଟଣା ପରେ ଯୁବତୀଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ସେଠାରେ ସେ ପ୍ରାଣ ହରାଇଥିଲେ। ସେପଟେ ପୋଲିସ ପୋଷ୍ଟମର୍ଟମ ପାଇଁ ମୃତଦେହକୁ ପଠାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking