29.1 C
Bhubaneswar
Friday, October 18, 2024
Homeଦେଶ ବିଦେଶହାଙ୍ଗ୍‌ଝୁ ଏସିଆନ୍ ପାରା ଗେମ୍ସ; ୧୧୧ ପଦକ ସହ ଇତିହାସ ରଚିଲେ ଭାରତୀୟ ପାରା-ଆଥ୍‌ଲେଟ୍‌

ହାଙ୍ଗ୍‌ଝୁ ଏସିଆନ୍ ପାରା ଗେମ୍ସ; ୧୧୧ ପଦକ ସହ ଇତିହାସ ରଚିଲେ ଭାରତୀୟ ପାରା-ଆଥ୍‌ଲେଟ୍‌

ହାଙ୍ଗ୍‌ଝୁ : ଭାରତୀୟ ପାରା ଆଥଲେଟ୍‌ମାନେ ଶନିବାର ଇତିହାସ ରଚିବା ସହ ହାଙ୍ଗଝୁ ଏସିଆନ୍ ପାରା ଗେମ୍ସରେ ଅଭୂତପୂର୍ବ ୧୧୧ ପଦକ ଜିତି ଅଭିଯାନ ଶେଷ କରିଛନ୍ତି । ଏହା କୌଣସି ବଡ଼ ଅନ୍ତର୍ଜାତୀୟ ମଲ୍ଟି-ସ୍ପୋର୍ଟ୍ସ ଇଭେଣ୍ଟ୍‌ରେ ଦେଶ ପାଇଁ ସବୁଠୁ ବଡ଼ ସଫଳତା । ୨୯ ସ୍ୱର୍ଣ୍ଣ, ୩୧ ରୌପ୍ୟ ଓ ୫୧ ବ୍ରୋଞ୍ଜ୍ ପଦକ ସହ ଭାରତୀୟ ପାରା ଆଥଲେଟ୍ ସେମ୍ପମ୍ବର ୨୩ରୁ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏସିଆନ୍ ଗେମ୍ସରେ ସକ୍ଷମ ଆଥଲେଟ୍‌ଙ୍କ ରେକର୍ଡ ୧୦୭ ପଦକ ତୁଳନାରେ ୪ଟି ଅଧିକ ପଦକ ଜିତିଛନ୍ତି ।

ଭାରତ ପଦକ ତାଲିକାର ପଞ୍ଚମ ସ୍ଥାନରେ ରହିଥିବାବେଳେ ଚୀନ୍ ୫୨୧ (୨୧୪ ସ୍ୱର୍ଣ୍ଣ, ୧୬୭ ରୌପ୍ୟ, ୧୪୦ ବ୍ରୋଞ୍ଜ୍‌) ପଦକ ସହ ପ୍ରଥମ, ଇରାନ୍ (୧୩୧) ଦ୍ୱିତୀୟ, ଜାପାନ (୧୫୦) ତୃତୀୟ ଏବଂ ଦକ୍ଷିଣ କୋରିଆ (୧୦୩) ଚତୁର୍ଥ ସ୍ଥାନରେ ରହିଛନ୍ତି । ୨୦୧୦ରେ ଚାନ୍ର ଗୁଆଙ୍ଗ୍‌ଝୁରେ ଅନୁଷ୍ଠିତ ପ୍ରଥମ ଏସିଆନ୍ ପାରା ଗେମ୍ସରେ ଭାରତ ଗୋଟିଏ ସ୍ୱର୍ଣ୍ଣ ସହିତ ୧୪ ପଦକ ଜିତି ପଞ୍ଚଦଶ ଏବଂ ଏହାର ୪ ବର୍ଷ ପରେ ନବମ ସ୍ଥାନରେ ରହିଥିଲା । ଏହା ପୂର୍ବରୁ ଭାରତ ୨୦୧୦ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୧୦୧ଟି ପଦକ ଜିତିଥିଲା ।
କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର କହିଛନ୍ତି, ଏହି ପ୍ରଦର୍ଶନ ଆଗୁଆ ନୀତି ଏବଂ ତୃଣମୂଳସ୍ତରରେ ସରକାରଙ୍କ ଫୋକସ୍‌ର ପରିଣାମ ।

ଏହି ପ୍ରଦର୍ଶନ ଆମ କ୍ରୀଡ଼ାବିତ୍‌ଙ୍କ କଠିନ ପରିଶ୍ରମ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କ୍ରୀଡ଼ାରେ ସଠିକ୍ ନୀତିର ପ୍ରଚଳନକୁ ପ୍ରତିଫଳିତ କରୁଛି । ତୃଣମୂଳସ୍ତରରେ ଖେଲୋ ଇଣ୍ଡିଆ ଯୋଜନା ହେଉ କିମ୍ବା ଏଲିଟ୍ ଆଥଲେଟ୍‌ମ।।ନଙ୍କ ପାଇଁ ଟାର୍ଗେଟ୍ ଅଲିମ୍ପିକ୍ ପୋଡିୟମ ଯୋଜନା, ଏହି ଯୋଜନାଗୁଡ଼ିକ ମାଧ୍ୟମରେ ଦିଆଯାଉଥିବା ସହଯୋଗ ବାସ୍ତବରେ ଏବେ ଫଳପ୍ରଦ ହେଉଛି । ସେ ଆହୁରି କହିଛନ୍ତି, ୨୦୧୪ ମସିହାରୁ କ୍ରୀଡ଼ା ବଜେଟ୍‌ରେ ତିନିଗୁଣା ବୃଦ୍ଧି ଫଳରେ ମନ୍ତ୍ରଣାଳୟ ଆଥଲେଟ୍‌ଙ୍କ ଆବଶ୍ୟକତାକୁ ଭଲ ଭାବେ ପୂରଣ କରିପାରିଛି ।

ଅନ୍ୟପକ୍ଷରେ ଭାରତୀୟ ପାରା ଅଲିମ୍ପିକ କମିଟି ଅଧ୍ୟକ୍ଷା ଦୀପା ମଲ୍ଲିକ କହିଛନ୍ତି ଯେ ହାଙ୍ଗ୍‌ଝୁରେ ପ୍ରଦର୍ଶନ ୨୦୨୪ ପ୍ୟାରିସ୍ ପାରା ଅଲିମ୍ପିକ୍‌ରେ ପାରା ଆଥଲେଟ୍‌ମାନେ ଅଧିକ ପଦକ ଜିତିବେ ଏହି ଆଶା ସୃଷ୍ଟି ହୋଇଛି । ସେହିପରି ଓଡ଼ିଆ ଆଥ୍‌ଲେଟ୍ ଦୂତୀ ଚାନ୍ଦ କହିଛନ୍ତି, ଆମ ପାରା ଆଥଲେଟ୍ମାନେ ଦେଶକୁ ଗର୍ବିତ କରିଛନ୍ତି । ଟୋକିଓ ଅପେକ୍ଷା ପ୍ୟାରିସ୍ ପାରା ଅଲିମ୍ପିକ୍ସରେ ଆମେ ଅଧିକ ପଦକ ଜିତିବୁ ।

ଗୁରୁବାର ଭାରତ ଏସିଆନ୍ ପାରା ଗେମ୍ସରେ ସର୍ବାଧିକ ୭୨ ପଦକ (୧୫ଟି ସ୍ୱର୍ଣ୍ଣ, ୨୪ଟି ରୌପ୍ୟ, ୩୩ଟି ବ୍ରୋଞ୍ଜ୍‌) ଜିତିଥିଲା । ୨୦୧୮ ସଂସ୍କରଣ ତୁଳନାରେ ଭାରତ ୩୯ଟି ଅଧିକ ପଦକ ଜିତିଛି । ଆଥ୍‌ଲେଟିକ୍ସରେ ଭାରତ ୧୧୧ ପଦକ ମଧ୍ୟରୁ ୫୫ (୧୮ ସ୍ୱର୍ଣ୍ଣ, ୧୭ ରୌପ୍ୟ, ୨୦) ପଦକ ହାତେଇଛି । ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଖେଳାଳିମାନେ ସର୍ବାଧିକ ୨୧ଟି ପଦକ ଜିତି ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଚେସ୍ ଓ ଆର୍ଚେରୀରେ ଯଥାକ୍ରମେ ଆଠ ଓ ସାତ ପଦକ ମିଳିଥିବା ବେଳେ ଶୁଟିଂରେ ଭାରତକୁ ଛଅଟି ପଦକ ମିଳିଛି । ଶନିବାର ଉଦ୍‌ଯାପନୀ ଦିବସରେ ଭାରତ ୪ଟି ସ୍ୱର୍ଣ୍ଣ ସହ ୧୨ଟି ପଦକ ହାସଲ କରିଛି । ଚେସ୍‌ର ସାତଟି, ଆଥ୍‌ଲେଟିକ୍ସରୁ ଚାରିଟି ଏବଂ ରୋଇଂରୁ ଗୋଟିଏ ପଦକ ଆସିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking