26.1 C
Bhubaneswar
Wednesday, October 23, 2024
Homeଦେଶ ବିଦେଶଗାଜା ଅଲଶିଫା ହସପିଟାଲ ତଳେ ହମାସର କମାଣ୍ଡ ସେଣ୍ଟର, ହସପିଟାଲ ସାମ୍ନାରେ ଟ୍ୟାଙ୍କ ରଖିଲା ଇସ୍ରାଏଲ...

ଗାଜା ଅଲଶିଫା ହସପିଟାଲ ତଳେ ହମାସର କମାଣ୍ଡ ସେଣ୍ଟର, ହସପିଟାଲ ସାମ୍ନାରେ ଟ୍ୟାଙ୍କ ରଖିଲା ଇସ୍ରାଏଲ ସେନା

ଗାଜା: ଗାଜାପଟିର ସବୁଠାରୁ ବଡ ଅଲ ଶିଫା ହସପିଟାଲ ସାମ୍ନାରେ ଇସ୍ରାଏଲ ଏବଂ ଆତଙ୍କୀଙ୍କ ପ୍ରମୁଖ ଯୁଦ୍ଧ କେନ୍ଦ୍ର ପାଲଟିଛି । ଇସ୍ରାଏଲ ଦାବି କରିଛି କି, ଏହି ହସପିଟାଲ ସହରରେ ସବୁଠୁ ଅଧିକ ସୁବିଧା ଯୋଗାଉଛି, ତେଣୁ ହମାସ ଆତଙ୍କୀ ଏହାକୁ ବ୍ୟବହାର କରୁଛନ୍ତି । ଅଲ ଶିଫା ହସପିଟାଲ ତଳେ ହମାସ ବଡ କମାଣ୍ଡ ସେଣ୍ଟର ନିର୍ମାଣ କରି ଅଣ୍ଡରଗ୍ରାଉଣ୍ଡ ସୁଡଙ୍ଗ ଜରିଆରେ କାମ କରୁଛି ।

ଇସ୍ରାଏଲ ସେହି ସେଣ୍ଟରକୁ ଧ୍ୱଂସ କରିବା ପାଇଁ ଲଗାତାର ବୋମା ବର୍ଷା କରୁଛି । ଗାଜା ସହରର ମୁଖ୍ୟ ଡାକ୍ତରଖାନା ସାମ୍ନାରେ ଇସ୍ରାଏଲ ସେନା ସୋମବାର ପହଞ୍ଚି ଯାଇଛନ୍ତି । ଉତ୍ତର ଗାଜାକୁ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ନେବାଲାଗି ଇସ୍ରାଏଲ ସେନା ଉଦ୍ୟମ ଚଳାଇଛି । ଅନ୍ୟପଟେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ନବଜାତ ଶିଶୁ ଓ ସାଧାରଣ ଲୋକ ଭୟଭୀତ ରହିଛନ୍ତି ।

ଇସ୍ରାଏଲ ସେନା ଗାଜା ସହରରେ ପଶି ଛାରଖାର କରୁଛି । ଅନ୍ୟପକ୍ଷରେ ନବଜାତ ଶିଶୁ ଓ ରୋଗୀଙ୍କ ଜୀବନ ବଞ୍ଚାଇବା ଲାଗି ଡାକ୍ତରଖାନା ପକ୍ଷରୁ ଇନ୍ଧନ ଯୋଗାଇ ଦେବାକୁ ନିବେଦନ କରାଯାଇଛି । ଏଭଳି ସ୍ଥିତିରେ ଇସ୍ରାଏଲ-ହମାସ୍ ଯୁଦ୍ଧ ବ୍ୟାପକ ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି ।

ହମାସ ଆତଙ୍କବାଦୀଙ୍କ ଉପରେ ପ୍ରଚଣ୍ଡ ହମଲା କରୁଛି ଇସ୍ରାଏଲ୍ ସେନା । ଗ୍ରାଉଣ୍ଡ ଅପରେସନ୍ ଓ ଏୟାରଷ୍ଟ୍ରାଇକରେ ହମାସ ଆଡ୍ଡାକୁ ଖୋଜି ଖୋଜି ଧ୍ବଂସ କରୁଛି । ଗାଜାରେ ହସ୍ପିଟାଲ ଓ ସ୍କୁଲ ବିଲଡିଂ ତଳେ ଆତଙ୍କୀ ଆଡ୍ଡା ଚଳାଇଥିଲା ହମାସ୍ । ହସ୍ପିଟାଲ ଓ ଶିକ୍ଷାନୁଷ୍ଠାନ ତଳେ କରିଥିଲେ ଟନେଲ । ସେସବୁକୁ ଢାଲ କରି ଆତଙ୍କବାଦୀ ଶିବିର ଚଳାଉଥିଲା । ଟନେଲ୍ ଭିତରେ କରୁଥିଲେ ୱାର୍ ପ୍ଲାନ୍ । ଏହାର ପ୍ରମାଣ ଦେଇଛି ଇସ୍ରାଏଲ୍ । ଭିଡିଓ ଜାରି କରିଛି ଇସ୍ରାଏଲ୍ ଡିଫେନ୍ସ ଫୋର୍ସ । ୱାର୍ ପ୍ଲାନ୍ ସହ ଟନେଲ୍ ଭିତରେ ଇସ୍ରାଏଲ୍ ପଣବନ୍ଦୀଙ୍କୁ ଅଟକ ରଖୁଥିଲେ ହମାସ ଆତଙ୍କବାଦୀ ।

ଧ୍ବଂସ କରିଥିବା ଟନେଲ ଭିତରେ କଣ ଚାଲିଥିଲା ଇସ୍ରାଏଲ୍ ସେନା ତଥ୍ୟ ପ୍ରମାଣ ଦେଖାଇଛି । ଏଯାଏ ହମାସ ଉପରେ ୪୩ଶହ ଏୟାର ଷ୍ଟ୍ରାଇକ କଲାଣି ଆଇଡିଏଫ। ଧ୍ବଂସ ହୋଇଛି ହମାସର ୩ହଜାର ଭିତ୍ତିଭୂମି, ବହୁ ଟନେଲ ଓ କଣ୍ଟ୍ରୋଲ ସେଣ୍ଟର। ହମାସର ବହୁ ଟପ୍ କମାଣ୍ଡର ନିହତ ହେଲେଣି । ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ପାଲେଷ୍ଟାଇନର ଆତଙ୍କୀ ସଙ୍ଗଠନ ଉପରେ ଗାଜାରେ ଜୋରଦାର ଅପରେସନ୍ ଚାଲିଛି । ଗାଜାରେ ନିୟନ୍ତ୍ରଣ ହରାଇଛି ହମାସ । ଆତଙ୍କବାଦୀମାନେ ଦକ୍ଷିଣ ଦିଗକୁ ପଳାଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking