ରାଉରକେଲା: ସେକ୍ଟର ୧୫ଥାନା ଅନ୍ତର୍ଗତ ସେକ୍ଟର ୭/୧୭ଛକ ପଛରେ ଗୁରୁବାର ପୂର୍ବାହ୍ନରେ ଜଣେ ଅପରିଚିତ ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଦେଖାଯାଇଥିଲା। ଏହାର ସୂଚନା ପାଇ ପୋଲିସ ଓ ଫରେନ୍ସିକ୍ ଟିମ୍ ପହଞ୍ଚି ମୃତଦେହ ଜବତ କରିବା ସହ ଅନୁଧ୍ୟାନ କରିଥିଲେ ଜନଗହଳି ପୂର୍ଣ୍ଣ ପଡ଼ିଆରେ ଏପରି ଦରପୋଡ଼ା ମୃତଦେହ ପଡ଼ିଥିବା କେହି ଜାଣି ନ ପାରିବା ସନ୍ଦେହ ସୃଷ୍ଟି କରିଛି। ତେବେ ଏହା ହତ୍ୟା ବୋଲି ସନ୍ଦେହ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।