22.1 C
Bhubaneswar
Friday, November 29, 2024
Homeଓଡିଶାକରୋନାର ନୂଆ ଷ୍ଟ୍ରେନ ଚିହ୍ନଟ ପରେ ଓଡିଶା-ଆନ୍ଧ୍ର ସୀମାନ୍ତ ସିଲ

କରୋନାର ନୂଆ ଷ୍ଟ୍ରେନ ଚିହ୍ନଟ ପରେ ଓଡିଶା-ଆନ୍ଧ୍ର ସୀମାନ୍ତ ସିଲ

ଗୁଣୁପୁର : ପଡୋଶୀ ଆନ୍ଧ୍ର ଓ ତେଲଙ୍ଗାନାରେ ଦେଖାଦେଇଥିବା ମହାମାରୀ କରୋନାର ନୂଆ ଷ୍ଟ୍ରେନ ଆହୁରି ମାରାତ୍ମକ ହୋଇଥିବା ନେଇ ଖବର ଜଣାପଡିବା ପରେ କରୋନା ସଂକ୍ରମଣ ଆହୁରି ବ୍ୟାପିବା ଆଶଙ୍କା କରି ଆଗୁଆ ପଦକ୍ଷେପ ସ୍ୱରୂପ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ ମୁତାବକ ଜିଲ୍ଳାବାସୀଙ୍କୁ ଅଧିକ ସୁରକ୍ଷା ପ୍ରଦାନ କରିବା ନିମନ୍ତେ ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ଓଡିଶା-ଆନ୍ଧ୍ର ସୀମାନ୍ତ ରାୟଗଡ ଜିଲ୍ଳାର ସମସ୍ତ ଜାତୀୟ ଓ ରାଜ୍ୟ ରାଜପଥ ଓ ସ୍ଥାନୀୟ ରାସ୍ତାରେ ବୋର୍ଡର ଚେକ୍ ପଂଏଟ୍ ନିର୍ମାଣ କରି ଆନ୍ଧ୍ର ଓ ତେଲଙ୍ଗାନା ରାଜ୍ୟରୁ ଅବାଧରେ ପ୍ରବେଶ କରୁଥିବା ଲୋକଙ୍କୁ କଡାକଡି ଯାଂଚ କରିବା ସହ ସେମାନଙ୍କ ଟୀକାକରଣ ପଂଜୀକରଣ ତଥ୍ୟ ଯାଂଚ କରାଯିବା ସହ ସେମାନେ ୧୪ଦିନିଆ କ୍ୱାରେନଟାଇନରେ ରହିବା ବାଧ୍ୟତାମୂଳକ ବୋଲି ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିନିମନ୍ତେ ରାୟଗଡ ଜିଲ୍ଳାର ଆନ୍ଧ୍ର ସୀମା ଗୁଣପୁର ବ୍ଳକର ଜଗନ୍ନାଥପୁର ଗ୍ରାମ ପଂଚାୟତର ସଦର ପଂଚାୟତର ଜାଗିଲ ସାହି,ଗୋଠଳପଦରର ଜାଗୁରିଗୁଡା,ମୋରାମା ପଂଚାୟତର ଜାଗୁରିଗୁଡା,କୋତାଗୁଡା ଓ ଗୋମୁଗୁଡା ସହିତ ରାମନାଗୁଡା ବ୍ଳକର କାଟିକି ଠାରେ ପୂର୍ବରୁ ଥିବା ବୋର୍ଡର ଚେକ୍ ପଂଏଟ୍‌କୁ ସ୍ଥାନାନ୍ତରିତ କରାଯାଇ ଗୁୁଗୁପାଡୁ ପଂଚାୟତର ସୁଲୁଡି ଛକ ଓ ଆଡମଗୁଡା ଛକରେ ଚେକ ପଂଏଟ୍ ଆଜି ଠାରୁ ନିର୍ମାଣ କର କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ରାୟଗଡ ଓ ଗୁଣପୁର ଉପଜିଲ୍ଳାପାଳଙ୍କୁ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀଙ୍କୁ ସେଠାରେ ନିୟୋଜିତ ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ଚେକ ପଂଏଟ ଗୁଡିକରେ ଉପଯୁକ୍ତ ଯାଂଚ ବ୍ୟବସ୍ଥା ପାଇଁ ପୋଲିସ ସୁରକ୍ଷା କର୍ମୀ ମୁତୟନ କରିବା ପାଇଁ ଜିଲ୍ଳା ଆରକ୍ଷୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ କରିଛନ୍ତି ।

ସେହିପରି ଆନ୍ଧ୍ର-ତେଲଙ୍ଗାନାରୁ ନିଜ ତଥା ଭଡାସୂତ୍ରରେ ଆଣିଥିବା ଯେକୈାଣସି ଦୁଇରୁ ଚାରି ଚକିଆ ଗାଡି ଅଥବା ଟ୍ରେନ ଓ ଅନ୍ୟ କୈାଣସି ସୁବିଧାରେ ରାୟଗଡ ଜିଲ୍ଳାକୁ ପ୍ରବେଶ କରିଥିବା ଲୋକେ ସ୍ଥାନୀୟ ବିଡିଓ ତଥା ପୈାରାଂଚଳର ନିର୍ବାହୀ ଅଧିକାରୀଙ୍କ ଦ୍ୱାରା ପରିଚାଳିତ କ୍ଳଷ୍ଟର ଟିଏମସିରେ ୧୪ଦିନିଆ କ୍ୱାରେନଟାଇନ୍ ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶ ଜାରି କରିଛନ୍ତି । ଏଥିସହ ସରପଂଚ,ୱାର୍ଡସଭ୍ୟ ଭଳି ଜନପ୍ରତିନିଧିମାନେ ସ୍ଥାନୀୟ ଅଂଚଳରେ ସଚେତନତା ସୃଷ୍ଟି କରିବା ସହ ଆନ୍ଧ୍ର-ତେଲଙ୍ଗାନାରୁ ଆସି ଆନୁଷ୍ଠାନିକ କ୍ୱାରେନଟାଇନରେ ନ ଥିଲେ ତୁରନ୍ତ ସ୍ଥାନୀୟ ବିଡିଓ,ପୋଲିସ ଥାନା ତଥା ସ୍ଥାନୀୟ ଅଧିକାରୀଙ୍କୁ ଅବଗତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ଓଡିଶାକୁ ପ୍ରବେଶ କରିବାକୁ ଥିଲେ ଦୁଇଦିନ ପୂର୍ବରୁ ଆରଟିପିସିଆର ପରୀକ୍ଷାର ନେଗେଟିଭ୍ ରିପୋର୍ଟ ସହ କରୋନା ପ୍ରତିଷେଧକ ଦୁଇଟି ଡୋଜ୍ ଟୀକାକରଣ ନେଇଥିବାର ତଥ୍ୟ ପ୍ରଦାନ କରିବା ସହ ୭ଦିନିଆ କ୍ୱାରେନଟାଇନରେ ରହିବା ବାଧ୍ୟତାମୂଳକ ବୋଲି ଚିଠିରେ ନିର୍ଦ୍ଦେଶ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking