27.1 C
Bhubaneswar
Sunday, September 29, 2024
Homeଅପରାଧଗୁଣି ଗାରେଡି ସନ୍ଦେହକୁ ନେଇ ନିର୍ମମ ହତ୍ୟା, ପୁତୁରା କୋର୍ଟ ଚାଲାଣ

ଗୁଣି ଗାରେଡି ସନ୍ଦେହକୁ ନେଇ ନିର୍ମମ ହତ୍ୟା, ପୁତୁରା କୋର୍ଟ ଚାଲାଣ

ଖୁଣ୍ଟା : ଗତ ୧୪/୬/୨୦୨୦ ଘଟଣା ପରେ ପୁଣି ଖୁଣ୍ଟା ଥାନା ଅଧୀନରେ ଏକ ନିର୍ମମ ହତ୍ୟା କାଣ୍ଡ ଘଟିଛି । ମୁଣ୍ଡରୁ ଅଲଗା କରିଦେଲେ ଗଣ୍ଡି । ମୃତକଙ୍କ ନାମ ଟାଙ୍ଗୁରୁ ସିଂ(୬୦) ବୋଲି ଜଣାପଡ଼ିଛି । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧୀନ ଭୋଲଗଡିଆ ଗ୍ରାମ ପଞ୍ଚାୟତ ସାରଜମଡିହି ଗାଁରେ ଘଟିଛି ଏଭଳି ଲୋମଟାଙ୍କୁରା ଘଟଣା । ସୂଚନା ଅନୁଯାୟୀ, ଗୁରୁବାରୀ ସିଂ ଏବଂ ତାଙ୍କ ପରିବାର ଲୋକେ ଶୁକ୍ରବାର ଉକ୍ତ ପଞ୍ଚାୟତରେ ହେଉଥିବା ଆନ୍ତ ରାଜ୍ୟ ଫୁଟବଲ ଖେଳ ଦେଖିବା ନିମନ୍ତେ ଯାଇଥିଲେ । ଏହି ସମୟରେ ଘରେ ଏକୁଟିଆ ରହିଥିଲେ ଟାଙ୍ଗୁରୁ ସିଂ । ଖେଳ ଦେଖି ଫେରିବା ପରେ ଗୁରୁବାରୀ ଘର ବାରଣ୍ଡାରେ ଟାଙ୍ଗୁରୁ ଙ୍କର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ପରିବାର ଲୋକେ ଏନେଇ ଖୁଣ୍ଟା ଥାନା ପୁଲିସକୁ ଖବର ଦେଇଥିଲେ ।

ଅତି ବିଭତ୍ସ ମୁଣ୍ଡରୁ ଗଣ୍ଡିକୁ ଅଲଗା କରାଯାଇଥିବା ଅଭିଯୋଗ ହୋଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତ କିଛିଦିନ ତଳେ ଟାଙ୍ଗୁରୁର ପୁତୁରା ବାପୁନ୍ ସିଂ(୨୧) ସହ ଗୁଣି ଗାରେଡ଼ି ସନ୍ଦେହକୁ ନେଇ ବିବାଦ ହୋଇଥିଲା । ଗୁଣି ଗାରେଡି ସନ୍ଦେହରୁ ପୁତୁରା ଏହି ହତ୍ୟାକାଣ୍ଡ କରିଥିବା ସନ୍ଦେହ କରାଯାଉଥିବା ବେଳେ ପୁଲିସ ଏହି ହତ୍ୟା ଘଟଣାରେ ପୁତୁରା ଏବଂ ଅନ୍ୟ ଜଣେ ସମ୍ପର୍କୀୟଙ୍କୁ ଥାନାରେ ଅଟକ ରଖି ପଚାରଉଚରା ଜାରି ରଖିଥିଲେ । ପୁତୁରା ରେପ୍ ସିଂ ନିଜେ ହତ୍ୟା କରିଥିବା ସ୍ୱିକାର କରିବା ପରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking