29.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶସ୍କୁଲ୍ ପରିସରରେ ଗୁଳିକାଣ୍ଡ, ୧୦ ମୃତ

ସ୍କୁଲ୍ ପରିସରରେ ଗୁଳିକାଣ୍ଡ, ୧୦ ମୃତ

ଷ୍ଟକ୍‌ହୋମ୍ : ସ୍ୱିଡେନ୍‌ର ଏକ ସ୍କୁଲରେ ଗୁଳିକାଣ୍ଡ ସଂଘଠିତ ହୋଇଥିବା ଏବଂ ଏଥିରେ ପ୍ରାୟ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସମ୍ପର୍କରେ ସୂଚନା ମିଳିଛି। ରିପୋର୍ଟ ଅନୁସାରେ ସ୍ୱିଡେନ୍ ରାଜଧାନୀ ଷ୍ଟକହୋମ୍‌ରୁ ୨୦୦ କିଲୋମିଟର ଦୁର ଓରେବ୍ରୋ ସହରେ ଗୁଳିକାଣ୍ଡ ହୋଇଯାଇଛି। ଦିନ ଗୋଟାଏ ବେଳେ ସ୍କୁଲରେ ପଶି କିଛି ଦୁର୍ବୃତ୍ତ ଗୁଳିଚାଳନା କରିଥିଲେ। ସେତେବେଳେ ସ୍କୁଲରେ ଛାତ୍ରଛାତ୍ରୀ ଓ ଅଧିକାରୀ ଉପସ୍ଥିତ ଥିଲେ। ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ କିଛି ଗୁରୁତର ଆହତ ହୋଇଛନ୍ତି। ତେବେ ସୁରକ୍ଷାକର୍ମୀଙ୍କ ସାମରିକ କାର୍ଯ୍ୟକ୍ରମ ଯୋଗୁ ଆକ୍ରମଣକାରୀଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩ଜଣ ମୃତ୍ୟୁବରଣ କରିଥିବା ବେଳେ ଆହୁରି କିଛି ଏବେ ବି ସ୍କୁଲ ଭିତରେ ରହିଥିବା କୁହାଯାଉଛି। ସ୍କୁଲକୁ ଖାଲି କରାଯାଇଥିବାବେଳେ ଏହାର ଆଖପାଖ ଅଞ୍ଚଳ ବି ଖାଲି କରାଯାଉଛି। ଆକ୍ରମଣ ପଛରେ ଉଦ୍ଦେଶ୍ୟ ଜଣାପଡିନାହିଁ। ପ୍ରାରମ୍ଭିକ ତଦନ୍ତରୁ ଜଣା ପଡିଛି, ଆକ୍ରମଣକାରୀ ସିରିୟା ବାସିନ୍ଦା। ଆକ୍ରମଣକାରୀଙ୍କୁ ଧରିବାକୁ ସ୍ୱିଡେନ୍ ପୁଲିସ୍ ଏବଂ ସେନା କର୍ମଚାରୀ ମିଳିତ ଭାବେ ଅପରେସନ୍ ଜାରି ରଖିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking