33.1 C
Bhubaneswar
Saturday, October 5, 2024
Homeଖେଳଗୁଣତିଳକଙ୍କୁ ସର୍ତ୍ତମୂଳକ ଜାମିନ୍‌

ଗୁଣତିଳକଙ୍କୁ ସର୍ତ୍ତମୂଳକ ଜାମିନ୍‌

ସିଡ୍‌ନୀ : ଜନୈକା ୨୯ ବର୍ଷୀୟା ମହିଳାଙ୍କ ସହ ଦୁଷ୍କର୍ମ କରିବା ଅଭିଯୋଗରେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ ଦାନୁଷ୍କା ଗୁଣତିଳକଙ୍କୁ ଗତ ନଭେମ୍ବର ୬ ତାରିଖରେ ଗିରଫ କରାଯାଇଥିଲା । ତେବେ କୋର୍ଟରେ ହାଜର ପରେ ତାଙ୍କର ଜାମିନ୍ ନାମଞ୍ଜୁର ହେବାରୁ ୩୧ ବର୍ଷୀୟ ଗୁଣତିଳକଙ୍କୁ ଏଠାକାର ପାର୍କଲିଆ କରେକ୍ସନାଲ୍ ସେଣ୍ଟର୍‌ଠାରେ ରଖାଯାଇଥିଲା । ଗୁରୁବାର ତାଙ୍କ ଜାମିନ୍ ଆବେଦନର ଶୁଣାଣି ହୋଇଥିବା ବେଳେ ତାଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରାଯାଇଛି । ବେଲ୍‌ରେ ଥିବା ସମୟରେ ଗୁଣତିଳକକ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ପରିଚାଳନା କରିପାରିବେ ନାହିଁ ବୋଲି ଏଠାକାର ଡାଉନିଂ ସେଣ୍ଟର୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ପାର୍କଲିଆ କରେକ୍ସନାଲ୍ ସେଣ୍ଟର୍‌ରୁ ଗୁଣତିଳକ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ହାଜର ହୋଇଥିବା ବେଳେ ତାଙ୍କୁ ମାଜିଷ୍ଟ୍ରେଟ୍ ଜାନେଟ୍ ୱାଲକ୍ୱିଷ୍ଟ୍ ବେଲ୍ ଦେଇଥିବା ଜଣାପଡ଼ିଛି । ମାମଲାର ଶୁଣାଣି ବେଳେ ପୁଲିସ୍ ପକ୍ଷରୁ ମାମଲା ପରିଚାଳନା କରୁଥିବା କେରି-ଆନ୍ ମ୍ୟାକ୍‌କିନ୍ନୋନ୍ ଜାମିନ୍ ମଞ୍ଜୁର ନ କରିବାକୁ ନିବେଦନ କରିଥିଲେ । ବେଲ୍‌ରେ ବାହାରକୁ ଗଲେ ଗୁଣତିଳକ ଦେଶ ଛାଡ଼ି ପଳାୟନ କରିବା ସହ ପୀଡ଼ିତାଙ୍କୁ ଭୟଭୀତ କରାଇବାର ଆଶଙ୍କା ରହିଛି ବୋଲି ସେ ଯୁକ୍ତି ଦର୍ଶାଇଥିଲେ । ଜାମିନ୍ ମଞ୍ଜୁର କରିବା ସମୟରେ ମାଜିଷ୍ଟ୍ରେଟ୍ ଅଭିଯୁକ୍ତ ଗୁଣତିଳକଙ୍କୁ ପ୍ରତିଦିନ ପୁଲିସ୍ ନିକଟରେ ଦୁଇ ଥର ହାଜର ହେବା ସହ ପାସ୍‌ପୋର୍ଟ ଦାଖଲ କରିବାକୁ କହିଛନ୍ତି । ଏହାଛଡ଼ା ତାଙ୍କୁ ମାଜିଷ୍ଟ୍ରେଟ୍ ଦେଢ଼ ଲକ୍ଷ ଅଷ୍ଟ୍ରେଲୀୟ ଡଲାର୍‌ର ମୁଚାଲିକା ବଣ୍ଡ୍ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking