ଅହମ୍ମଦାବାଦ: ଗୁଜରାଟ ବିଧାନସଭାର ୧୮୨ ଆସନ ପାଇଁ ଡିସେମ୍ବର ୧ ଓ ୫ରେ ଦୁଇଟି ପର୍ଯ୍ୟାୟରେ ଭୋଟଗ୍ରହଣ କରାଯିବ । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର କଂଗ୍ରେସ ପକ୍ଷରୁ ୪୦ ଜଣିଆ ତାରକା ପ୍ରଚାର ତାଲିକା ଘୋଷଣା କରାଯାଇଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ, ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ସାଂସଦ ରାହୁଲ ଗାନ୍ଧୀ, ଏଆଇସିସି ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ଛତିାଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ସମେତ କମଲନାଥ, ଦିଗବିଜୟ ସିଂହ, ଅଶୋକ ଚୌହ୍ୱାନ, ତାରିକ୍ ଅନୱାର, ବି.କେ.ହରିପ୍ରସାଦ, ସଚିନ ପାଇଲଟ୍, ଜିଗ୍ନେଶ ମେଭାନି ପ୍ରମୁଖଙ୍କୁ ତାଲିକାରେ ସାମିଲ କରାଯାଇଛି ।