27.1 C
Bhubaneswar
Wednesday, February 4, 2026
Homeଓଡିଶାଭିଜିଲାନ୍ସ ଜାଲରେ ଜିଏସ୍‌ଟି ବିଭାଗ ଅଧିକାରୀ ଉମାକାନ୍ତ ମହାକୁର

ଭିଜିଲାନ୍ସ ଜାଲରେ ଜିଏସ୍‌ଟି ବିଭାଗ ଅଧିକାରୀ ଉମାକାନ୍ତ ମହାକୁର

ଭୁବନେଶ୍ୱର: ଟିଟିଲାଗଡ଼ ସିଟି ଆଣ୍ଡ୍‌ ଜିଏସ୍‌ଟି ବିଭାଗ ଅଧିକାରୀ ଉମାକାନ୍ତ ମହାକୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଜଣେ ବ୍ୟବସାୟୀ ରମେଶ ବସ୍ତିଆଙ୍କୁ ମିଥ୍ୟା ଜରିମାନା ପକାଇ ସମାଧାନ କରିବାକୁ ୧୨ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ରମେଶଙ୍କୁ ୨୩ ହଜାର ୬ ଶହ ଟଙ୍କା ଜରିମାନା କରାଯାଇଥିଲା। ଜରିମାନାକୁ ୭୫୦୦ ଟଙ୍କା କରିଦେବା ପାଇଁ ଉମାକାନ୍ତ ୧୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ରମେଶ ବଲାଙ୍ଗୀର ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ଆଜି ଉକ୍ତ ଅଧିକାରୀ ବ୍ୟବସାୟୀ ରମେଶଙ୍କଠାରୁ ଲାଞ୍ଚ ଟଙ୍କା ଗ୍ରହଣ କରିବା ସମୟରେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ରେଡ୍‌ ହ୍ୟାଣ୍ଡରେ ମାଡ଼ି ବସିଛନ୍ତି। ଅଧିକାରୀଙ୍କ ଟିଟଲାଗଡ଼ ଅଫିସ, ବଲାଙ୍ଗୀରସ୍ଥିତ ଗାନ୍ଧୀନଗର ପଡ଼ା ଘରେ ଓ ସୋନପୁରଠାରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଥିବା ଉପ ଆରକ୍ଷୀ ଅଧୀକ୍ଷକ ପୁଲସ୍ତି ଛତ୍ରିଆ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking