27.1 C
Bhubaneswar
Sunday, September 29, 2024
Homeଓଡିଶାଫେବୃଆରୀରୁ ବଢିବ ତାତି

ଫେବୃଆରୀରୁ ବଢିବ ତାତି

ଭୁବନେଶ୍ୱର : ଫେବୃଆରୀ ମାସ ଶେଷ ସପ୍ତାହ ବେଳକୁ ଭୁବନେଶ୍ୱର ସମେତ କେତେକ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ୪୦ଡିଗ୍ରୀ ଛୁଇଁପାରେ। ୨୨ ତାରିଖ ସୁଦ୍ଧା ରାଜଧାନୀ ସହିତ ଅନ୍ୟାନ୍ୟ ଅଞ୍ଚଳରେ ଦିନ ତାପମାତ୍ରା ୩୯ଡିଗ୍ରୀ ଟପିବାର ସମ୍ଭାବନା ରହିଛି । ଓଡ଼ିଶା, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଦକ୍ଷିଣ ବିହାର,ଛତିଶଗଡ଼, ବିଦର୍ଭ ଏବଂ ଆନ୍ଧ୍ରପ୍ରଦେଶର କିଛି ଅଞ୍ଚଳରେ ତାପମାତ୍ରା ସ୍ଵଭାଵିକରୁ ୩ ରୁ ୭ଡିଗ୍ରୀ ବୃଦ୍ଧି ପାଇଥିବାବେଳେ ଭୁବନେଶ୍ୱରରେ ୫.୨ଡିଗ୍ରୀ ଅଧିକ ରହିଥିଲା। ରବିବାର ତାପମାତ୍ରା ହ୍ରାସ ପାଇଛି। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା ବଢ଼ିବ ନାହିଁ। ତେବେ ୧୮ ତାରିଖଠାରୁ ସାରା ରାଜ୍ୟରେ ତାପମାତ୍ରା ବଢ଼ିବ। ତେଣୁ ଉତ୍ତର-ପଶ୍ଚିମ ଭାରତରୁ ଆସୁଥିବା ଗରମ ପବନ ହେତୁ ରାଜ୍ୟରେ ଗରମ ସହିତ ଝାଞ୍ଜି ବହିବାର ସମ୍ଭାବନା ରହିଛି। ଚଳିତ ବର୍ଷ ଫେବୃଆରୀ ମଧ୍ୟଭାଗରୁ ଗରମ ବଢ଼ିବା ସହିତ ମାର୍ଚ୍ଚ, ଏପ୍ରିଲ ଓ ମେ’ରେ ରାଜ୍ୟରେ ଅତ୍ୟଧିକ ଗରମ ହେବାର ସମ୍ଭାବନା ରହିଛି ।

ପୋଲିସ ଇନଫର୍ମର ସନ୍ଦେହରେ ପୂର୍ବତନ ସରପଞ୍ଚଙ୍କୁ ଗଳା କାଟି ହତ୍ୟା କଲେ ନକ୍ସଲ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking