31.1 C
Bhubaneswar
Monday, September 23, 2024
Homeଓଡିଶାଶୁଭେଚ୍ଛା ଜଣାଇଲେ ରଷ୍ଟ୍ରପତି

ଶୁଭେଚ୍ଛା ଜଣାଇଲେ ରଷ୍ଟ୍ରପତି

ଭୁବନେଶ୍ବର : ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଋତୁ ଆରମ୍ଭ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ । ଆଜି ହେଉଛି ପହିଲି ରଜ । ରଜ ପର୍ବ ପାଇଁ ଆଜି ସାରା ରାଜ୍ୟ ଉତ୍ସବ ମୁଖର । ଓଡ଼ିଶାର ପାରମ୍ପରିକ ଗଣ ପର୍ବ ରଜ। ତିନି ଦିନ ଧରି ଗାଁଠୁ ସହର ସବୁଠୁ ରଜର ଆସର ଜମିଥାଏ। ଗଣପର୍ବ ‘ରଜ’ର ଶୁଭେ ଜଣାଇଲେ ରଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରଜ ଉପଲକ୍ଷେ ରାଜ୍ୟ ତଥା ଦେଶବାସୀଙ୍କୁ ଆନ୍ତରିକ ଶୁଭେ ଜଣାଇଲେ ରଷ୍ଟ୍ରପତି । ମାଟି ଓ ମେଘକୁ ସମ୍ମାନ ଜଣାଇ ପିଠ, ମିଠା ପାନ, ଦୋଳି ଖେଳରେ ରଜ ପାଳନ କରାଯାଉଛି । କୃଷି ଭିତ୍ତିକ ରଜ ପର୍ବରେ ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking