25.1 C
Bhubaneswar
Monday, March 23, 2026
Homeଓଡିଶାପ୍ରଦେଶ ଛାତ୍ର କଂଗ୍ରେସ ଦ୍ବାରା ଗ୍ରୀନ୍ ୟୁନିଭସିଟି ରିଭଲ୍ୟୁସନ କାର୍ଯ୍ୟକ୍ରମର ଶୁଭାରମ୍ଭ

ପ୍ରଦେଶ ଛାତ୍ର କଂଗ୍ରେସ ଦ୍ବାରା ଗ୍ରୀନ୍ ୟୁନିଭସିଟି ରିଭଲ୍ୟୁସନ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ଵର: ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ୍ ପ୍ରଧାନଙ୍କ ନେତୃତ୍ବରେ ଏକ ପ୍ରେସ୍ ବାର୍ଭା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଜଳବାୟୁ ପରିବର୍ତ୍ତନ ଦ୍ବାରା ଦେଖାଯାଇଥିବା ଅନେକ ପ୍ରାକୃତିକ ବିପର୍ଯ୍ୟ ଯଥା ବାତ୍ୟା, ବନ୍ୟା, ବଜ୍ରଘାତ ଓ ଭୂସ୍ଖଳନକୁ ଏଡାଇବା ପାଇଁ ବ୍ୟାପକ ବୃକ୍ଷରୋପଣର ଆବଶ୍ୟକତାକୁ ଦୃଷ୍ଟି ଆଗରେ ରଖ୍ ପ୍ରଦେଶ ଛାତ୍ର କଂଗ୍ରେସ ଦ୍ବାରା ଗ୍ରୀନ୍ ୟୁନିଭରସିଟି ରିଭଲ୍ୟୁସନ କାର୍ଯ୍ୟକ୍ରମକୁ ହାତକୁ ନିଆଯାଇଛି । ମାଟିଲେପିତ ମଞ୍ଜି ଦ୍ବାରା ରାଜ୍ୟରେ ଥ‌ିବା ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ପ୍ରାୟ ଆଠ ଶହ ମହାବିଦ୍ୟାଳୟରେ ପ୍ରାୟ ଦଶ ଲକ୍ଷ ବୃକ୍ଷ ଲଗାଇବାକୁ ଲକ୍ଷ ରଖାଯାଇଛି। ଆଜି ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ମଞ୍ଜି ବଲ୍‌ ବଣ୍ଟନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।

ଏହି ଅବସରରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଯୋଗଦେଇ ଉଦିତ୍ ପ୍ରଧାନଙ୍କ ରଚନାତ୍ମକ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ। ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଢ଼ୁ ଓଡ଼ିଶା ପ୍ରଦେଶକୁ ସବୁଜ ସୁନ୍ଦର କରିବା ପାଇଁ ଛାତ୍ର କଂଗ୍ରେସ ସଭାପତିଙ୍କ ଉଦ୍ୟମକୁ ସାଧୁବାଦ୍ ଜଣାଇଥିଲେ । ରାଜ୍ୟ ପ୍ରଚାର କମିଟିର ଆବାହକ ସୁଧାଶୁ ଶେଖର ଦେଓ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପାଇଁ ସମସ୍ତ ସାହାଯ୍ୟ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ପ୍ରେସବାର୍ଭା ଶେଷରେ ସମସ୍ତ ବରିଷ୍ଠ ନେତୃବୃନ୍ଦ ଓ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଏକାଠି ହୋଇ କଂଗ୍ରେସ ଭବନ ଚାରିପଟେ କିଛି ମଞ୍ଜି ଗୋଲା ରୋପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking