ନୂଆଦିଲ୍ଲୀ: ବିରୋଧୀଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରି ୟୁନିଫର୍ମ ସିଭିଲ କୋଡ ପ୍ରାଇଭେଟ ବିଲ ପାସ ହୋଇଛି । ଏହି ବିଲକୁ ବିଜେପି ସାଂସଦ କିଶୋରୀଲାଲ ମୀନାଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିଲା । କିନ୍ତୁ ରାଜ୍ୟସଭାରେ ଏହି ବିଲକୁ ପାସ କରାଯାଇ ପାରି ନଥିଲା । ତେଣୁ ଅଧିକାଂଶ ସୟରେ ସଭାରେ ହଟ୍ଟଗୋଳ ହୋଇଛି । ତେବେ ଶେଷରେ ଏହି ବିଲକୁ ରାଜ୍ୟସଭାରେ ମଧ୍ୟ ଗ୍ରୀନ ସିଗନାଲ ମିଳିଛି ।
ଗୃହରେ ତୀବ୍ର ବିରୋଧ ପରେ ରାଜ୍ୟସଭାରେ ୟୁନିଫର୍ମ ସିଭିଲ କୋଡକୁ ପାସ କରିବାରେ ସଫଳତା ମିଳିଛି । ତୀବ୍ର ବିତର୍କ ସମୟରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ପ୍ରଶ୍ନ କରିଥିଲେ କି, ଏହାକୁ କାହିଁକି ଉପସ୍ଥାପନ କରାଯାଇପାରିବ ନାହିଁ? ତେବେ ଏହି ବିଲର ଉପସ୍ଥାପନକୁ ବନ୍ଦ କରିବାକୁ ବିରୋଧୀଙ୍କ ଦାବିକୁ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର ପ୍ରତ୍ୟାଖ୍ୟାନ କରିଥିଲେ । ପରେ ଏହା ୬୩ ଭୋଟରେ ପାସ୍ ହୋଇଥିଲା, ଯେତେବେଳେ କି ଏହା ବିପକ୍ଷରେ ୨୩ ଖଣ୍ଡ ଭୋଟ ପଡିଥିଲା ।