31.1 C
Bhubaneswar
Friday, October 18, 2024
Homeଅପରାଧପୁତୁରାର କାତି ଚୋଟରେ ଦାଦା ଓ ଭାଉଜଙ୍କ ମୃତ୍ୟୁ

ପୁତୁରାର କାତି ଚୋଟରେ ଦାଦା ଓ ଭାଉଜଙ୍କ ମୃତ୍ୟୁ

ଖଲ୍ଲିକୋଟ: ପୁଣିଥରେ ରକ୍ତରଞ୍ଜିତ ଗଞ୍ଜାମ ଜିଲ୍ଲା । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ସାକିରି ଗ୍ରାମରେ ଘଟିଛି ଡବଲ୍ ମଡର । ପୁତୁରାର କାତି ଚୋଟରେ ଦାଦା ଓ ଭାଉଜଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ ଦାଦା ଶିବ ଡାକୁଆ(୬୦) ଓ ଭାଉଜ ଜୟନ୍ତୀ ଡାକୁଆ(୩୦) ବୋଲି ପୁଲିସ କହିଛି । ଏହି ଘଟଣା ଖଲ୍ଲିକୋଟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଖଲ୍ଲିକୋଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ଅଭିଯୁକ୍ତ ପୁତୁରା ତଥା ଦିଅର ଡାକ୍ତର ଡାକୁଆକୁ ପୁଲିସ କାବୁ କରି ନେଇଛି । ତା’ ନିକଟରୁ ଏକ ଖଣ୍ଡା ଜବତ ହୋଇଛି । ଜମିଜମା ବିବାବକୁ କେନ୍ଦ୍ର କରି ଏଭଳି ହତ୍ୟାକାଣ୍ଡ ଘଟିଥିବା ପୁଲିସର ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି ।

ଖଲ୍ଲିକୋଟ ଥାନା ଡିମିରିଆ ପଞ୍ଚାୟତ ପାଳଧୁଆପଲ୍ଲୀ ଗ୍ରାମ ବଡ଼ସାହିର ଶିବଙ୍କ ସହିତ ପୁରୁତା ଡାକ୍ତରଙ୍କ ବିବାଦ ଲାଗି ରହିଥିଲା । କାଜୁ ଜମିକୁ ନେଇ ବିଭିନ୍ନ ସମୟରେ ଝଗଡ଼ା ହେଉଥିଲା । ଏପରିକି ଡାକ୍ତର ଘରେ ଗଣ୍ଡଗୋଳ କରିବା ପତ୍ନୀଙ୍କୁ ମାଡ଼ ମାରୁଥିଲେ । ଫଳରେ ପତ୍ନୀ କିଛିଦିନ ହେଲା ତାଙ୍କର ବାପା ଘରକୁ ଚାଲି ଯାଇଛନ୍ତି । ଆଜି ଅପରାହ୍ଣରେ ଦାଦା ଶିବ କାଜୁ ଜଙ୍ଗଲକୁ ଯାଇଥିଲେ । କିଛି ସମୟରେ ପୁତୁରା ଡାକ୍ତର ମଧ୍ୟ ସେଠାକୁ ଯାଇଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ସେଠାରୁ ଶିବ ଫେରୁଥିବା ବେଳେ ସାକିରି ଗ୍ରାମ ନିକଟସ୍ଥ ଦୁର୍ଗା ମନ୍ଦିରରେ ପୂର୍ବରୁ ଛକି ରହିଥିବା ପୁତୁରା ଡାକ୍ତର ତାଙ୍କୁ ଖଣ୍ଡାରେ ହାଣି ଥିଲା । ଫଳରେ ଦାଦା ଶିବ ତଳେ ପଡ଼ି ଯାଇଥିଲେ । ଏହାପରେ ଡାକ୍ତର ତାଙ୍କ ଉପରେ ବାରମ୍ବାର ଖଣ୍ଡା ଚୋଟ ପକାଇଥିବା ବେଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking