32.1 C
Bhubaneswar
Saturday, October 19, 2024
Homeଓଡିଶାସରକାରଙ୍କ ସମନ୍ୱିତ ଯୁବ ବିକାଶ ଯୋଜନା ଏକ ପ୍ରହସନ : ୟାସିର

ସରକାରଙ୍କ ସମନ୍ୱିତ ଯୁବ ବିକାଶ ଯୋଜନା ଏକ ପ୍ରହସନ : ୟାସିର

ଭୁବନେଶ୍ୱର : ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ କହିଛନ୍ତି ଯେ, ଓଡ଼ିଶା ସରକାରଙ୍କ ପକ୍ଷରୁ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ କଲେଜ ଏବଂ ୟୁନିଭରସିଟିମାନଙ୍କରେ କ୍ରୀଡ଼ା, ସାଂସ୍କୃତିକ କାର୍ଯ୍ୟକ୍ରମ, ସାମାଜିକ କାର୍ଯ୍ୟକ୍ରମର ପ୍ରୋତ୍ସାହନ ଓ ବିଶେଷ କରି ନୃତ୍ୟ,ଡ୍ରାମ, ମିଜ୍ୟୁକ୍‌, ଚିତ୍ରକଳା, ରଚନା ଲେଖାର ପ୍ରତିଯୋଗିତା କରାଯିବା ପାଇଁ ଓଡ଼ିଶା ସରକାର ଘୋଷଣା କରିଛନ୍ତି । ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଜାରି ହୋଇଥିବା କାର୍ଯ୍ୟାଳୟ ମେମୋରାଣ୍ଡମର ଦ୍ୱିତୀୟ ବିନ୍ଦୁରେ ଅନୁଷ୍ଠାନ ଗୁଡ଼ିକର ଭୂମିକା ଶୀର୍ଷକରେ । ଘୋଷଣା କରାଯାଇଛି ଯେ ଅନୁଷ୍ଠାନମାନେ ନିର୍ଦ୍ଦେଶିତ କ୍ଷେତ୍ରରେ ପ୍ରତିଯୋଗିତାଗୁଡ଼ିକୁ ନଭେମ୍ବର ୧୫, ୨୦୨୩ ରୁ ୩୧ ଡିସେମ୍ବର ୨୦୨୩ ମଧ୍ୟରେ ସମାପ୍ତ କରିବେ । ବିଡ଼ମ୍ବନାର କଥା ଏହି କି ଯେ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି ଯେ କଳା, ବିଜ୍ଞାନ ଏବଂ ବାଣିଜ୍ୟର ୩ ବର୍ଷିଆ ଡିଗ୍ରୀ କୋର୍ଷର ତୃତୀୟ ସେମିଷ୍ଟାର ପରିକ୍ଷା ତା. ୦୬/୧୨/୨୦୨୩ ରୁ ୧୪/୧୨/୨୦୨୩ ରିଖ ମଧ୍ୟରେ ହେବ । ଏହାର ପ୍ରାର୍ଟିକାଲ ପରିକ୍ଷାଗୁଡ଼ିକ ମଧ୍ୟ ତା. ୧୬/୧୨/୨୦୨୩ ରୁ  ତା. ୩୦.୧୨.୨୦୨୩ ମଧ୍ୟରେ ହେବ ।

ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ପ୍ରତିଯୋଗିତା ଏବଂ ତୃତୀୟ ସେମିଷ୍ଟାର ପରୀକ୍ଷା ଗୋଟିଏ ସମୟରେ ପଡ଼ୁଥିବାରୁ ଛାତ୍ର/ଛାତ୍ରୀମାନେ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିପାରିବେ ନାହିଁ । ପରୀକ୍ଷା ନ ଦେଇ ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ସମ୍ଭବ କି ବୋଲି ପ୍ରଦେଶ ଛାତ୍ର କଂଗ୍ରେସର ସଭାପତି ୟାସିର ନୱାଜ ପ୍ରଶ୍ନ କରିଛନ୍ତି । ତେଣୁ ସରକାର ଶିକ୍ଷାନୁଷ୍ଠାନରେ କରୁଥିବା ଏହି ପ୍ରତିଯୋଗିତା ଏକ ପ୍ରହସନରେ ପରିଣତ ହୋଇଛି । ଏଥିରେ ବ୍ୟାପକ ଦୁର୍ନୀତି ହେବାର ସମ୍ଭାବନ ରହିଛି । କାରଣ ଯେଉଁଠାରେ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିପାରିବେ ନାହିଁ, ସେହି କ୍ଷେତ୍ରରେ ଅନୁଷ୍ଠାନ ଗୁଡ଼ିକୁ ଦିଆଯାଉଥିବା ଫଣ୍ଡର ବ୍ୟବହାର କେମିତି ହେବ? ସୁତରାଂ ସରକାରଙ୍କର ଏହି ଯୋଜନା ପ୍ରଣୟନରେ ଯେଉଁ ତ୍ରୁଟି ରହିଛି ତାହା ଜଳଜଳ ହୋଇ ଦେଖାଯାଉଛି । ଏହା ଛାତ୍ର ଛାତ୍ରୀମାନଙ୍କ ପାଇଁ ଉର୍ଦ୍ଦିଷ୍ଟ ନୁହେଁ । ବରଂ ନିର୍ବାଚନୀ ପ୍ରଚାର ଏବଂ ସରକାରୀ ଅର୍ଥର ହରିଲୁଟ୍ ପାଇଁ ଏକ କୁଚିନ୍ତିତ ଷଡଯନ୍ତ୍ର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking