ନୂଆଦିଲ୍ଲୀ: ଆଜି ଭାରତୀୟ ବାୟୁ ସେନାର ୯୦ ତମ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାର ଏକ ନୂଆ ବ୍ରାଞ୍ଚ ଭେଟି ଦେଇଛନ୍ତି। ବାୟୁସେନା ଅଧିକାରୀ(ଆଇଏଫ)ଙ୍କ ଲାଗି ‘ୱିପନ ସିଷ୍ଟମ ବ୍ରାଞ୍ଚ’ ଖୋଲିବା ଲାଗି କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି । ଦେଶ ସ୍ୱାଧୀନ ହେବା ପରଠାରୁ ପ୍ରଥମ ଥର ଲାଗି ବାୟୁ ସେନାରେ ଏହି ନୂଆ ଅପରେଶନ ଶାଖା ଖୋଲିବା ପାଇଁ ପଦକ୍ଷେପ ନିଆଯାଇଛି। ଏହା ହେଉଛି ଏକ ଯୁଦ୍ଧ ଏୟାରକ୍ରାଫ୍ଟ । ଚଣ୍ଡିଗଡ଼ରେ ବାୟୁ ସେନା ପକ୍ଷରୁ ୯୦ତମ ବାର୍ଷିକ ସମାରୋହରେ ଯୋଗ ଦେଇ ଭାରତୀୟ ବାୟୁସେନା ମୁଖ୍ୟ ମାର୍ସାଲ ଭିଆର ଚୌଧୁରୀ କହିଛନ୍ତି ଯେ, ଭୂପୃଷ୍ଠରୁ ଭୂପୃଷ୍ଠକୁ ଓ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର, ଏବଂ ଦୁଇ ବା ଅଧିକ କ୍ରୁ’ଥିବା ରିମୋର୍ଟ ଚାଳିତ ବିମାନର ୪ଟି ସୁଦକ୍ଷ ଧାରା ଚଳାଇବା ଲାଗି ଲାଗି ଉପରୋକ୍ତ ବ୍ୟବସ୍ଥା କରାଯାଇଛି। ଏହା ହେଉଛି ଏକ ଦୂର ସଂଚାଳିତ ବିମାନ ପ୍ରଣାଳୀ । ତେବେ ଏହି ନୂଆ ବ୍ରାଞ୍ଚ ପାଇଁ ପାଇଲଟ ତାଲିମ ପାଇଁ ଖର୍ଚ୍ଚ ହେଉଥିବା ୩୪୦୦ କୋଟି ଟଙ୍କା ସଞ୍ଚୟ ହୋଇ ପାରିବ ବୋଲି ଭିଆର ଚୌଧୁରୀ କହିଛନ୍ତି।