ନୂଆଦିଲ୍ଲୀ: ତେଲେଙ୍ଗାନା ଓ ପୁଡୁଚେରୀ ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ୍ ବିମାନ ଯାତ୍ରା ବେଳେ ଜଣେ ଯାତ୍ରୀଙ୍କ ଜୀବନ ବଞ୍ଚାଇଛନ୍ତି । ରାଜ୍ୟପାଳ ସୁନ୍ଦରରାଜନ୍ ଶୁକ୍ରବାର ରାତିରେ ଯେଉଁ ବିମାନରେ ନୂଆଦିଲ୍ଲୀରୁ ହାଇଦ୍ରାବାଦ୍ ଫେରୁଥିବା ବେଳେ ଜଣେ ଯାତ୍ରୀ ଛାତିରେ ଯନ୍ତ୍ରଣାଳ ଅନୁଭବ କରିଥିଲେ । ବିମାନରେ କେହି ଡାକ୍ତର ଯାତ୍ରା କରୁଛନ୍ତି ବୋଲି କ୍ରୁ ମେମ୍ବର ଏସ୍ଓଏସ୍ ଘୋଷଣା କରବା ପରେ ସେ ଜଣେ ଡାକ୍ତର ବୋଲି ରାଜ୍ୟପାଳ ସୁନ୍ଦରରାଜନ୍ ପରିଚୟ ଦେଇଥିଲେ । ଏହାପରେ କ୍ରୁ ମେମ୍ବର ତାଙ୍କୁ ଯନ୍ତ୍ରଣା ପାଉଥିବା ବ୍ୟକ୍ତିଙ୍କ ନିକଟକୁ ନେଇଯାଇଥିଲେ । ମିଡିଆ ରିପୋର୍ଟ ଅନୁସାରେ ଏହାପରେ ରାଜ୍ୟପାଳ ସୁନ୍ଦରରାଜ ସହଯାତ୍ରୀଙ୍କ ପ୍ରାଥମିକ ଚିକିତ୍ସା କରିଥିଲେ, ଯାହାଦ୍ୱାରା ଯାତ୍ରୀ ସୁସ୍ଥ ହୋଇଥିଲେ । ସୂଚନାଯୋଗ୍ୟ ରାଜନୀତିକୁ ଆସିବା ପୂର୍ବରୁ ସେ ଜଣେ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ ।