22.1 C
Bhubaneswar
Wednesday, December 10, 2025
Homeଓଡିଶାନୂଆ ଭୂମିକାରେ ରାଜ୍ୟପାଳ: ମନ୍ତ୍ରୀ

ନୂଆ ଭୂମିକାରେ ରାଜ୍ୟପାଳ: ମନ୍ତ୍ରୀ

ଭୁବନେଶ୍ୱର: ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍‌କ ବିଷୟରେ କହିଛନ୍ତି । ସେ କହିଛନ୍ତି,କେବଳ ସରକାରୀ ଦଳ ନୁହେଁ ଆଗକୁ ବିରୋଧୀ ଦଳ ନେତା ଏବଂ ବିଧାୟକଙ୍କ ସହ ମଧ୍ୟ କରିବେ ଆଲୋଚନା । ପୂର୍ବରୁ ଜନସାଧାରଣଙ୍କ ପାଖକୁ ଯାଇ ସମସ୍ୟା ବୁଝିବାରେ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ୍ କଲାମଙ୍କ ମଧ୍ୟ ଉଦାହରଣ ରହିଛି । ପୂର୍ବ ରାଜ୍ୟପାଳ ଗଣେଶୀ ଲାଲ ମଧ୍ୟ ଲୋକଙ୍କ ସହ ମିଶୁଥିଲେ । ବର୍ତ୍ତମାନର ରାଜ୍ୟପାଳ ଲୋକଙ୍କ ସହ ଯୋଡ଼ି ହେବା ଏବଂ ସମସ୍ୟାର ସାମାଧାନ ଏକ ଉଦାହରଣ ସୃଷ୍ଟି କରିଛି । ବିଧାୟକଙ୍କୁ ଡାକି ମଧ୍ୟ ନିର୍ବାଚନୀ ମଣ୍ଡଳୀ କଥା ଆଲୋଚନା କରୁଛନ୍ତି ରାଜ୍ୟପାଳ । କେବଳ କାଗଜ ପତ୍ର ନୁହେଁ ଗ୍ରାଉଣ୍ଡରେ କେମିତି ଲୋକଙ୍କ କାମ ହେବ ସେ ଦିଗରେ ରାଜ୍ୟପାଳ ଅଧିକ ଗୁରୁତ୍ୱ ଦେଉଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking