ଭୁବନେଶ୍ୱର : ବିଧାନସଭା ପରିସରରେ ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । କିଛି ସମୟ ପରେ ଆରମ୍ଭ ହେବ ବଜେଟ ଅଧିବେଶନ । ପ୍ରଥମେ ବାଚସ୍ପତି ସୁରମା ପାଢୀଙ୍କୁ କିଛି ସମୟ ପୂର୍ବରୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ଗାର୍ଡ ଅଫ ଅନର ପରେ ରାଜ୍ୟପାଳ ନିଜର ଅଭିଭାଷଣ ରଖିଛନ୍ତି ା ନିଜର ଅଭିଭାଷଣ ଜୟ ଜଗନ୍ନାଥ କହି ଆରମ୍ଭ କରିଛନ୍ତି । କହିଛନ୍ତି ପ୍ରାକୃତିକ ସମ୍ପଦରେ ଭରା ଓଡିଶା । ଖଣିଜ ସମ୍ପଦରେ ଭରା ଓଡିଶା । ଐତିହ୍ୟ ଓ ସଂସ୍କୃତିକୁ ନେଇ ଓଡିଶା ପରିଚିତ । ୬ ମାସରେ ମୋ ସରକାର ନେଇଛି ଅନେକ ନିଷ୍ପତ୍ତି । ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ଆଣିଛୁ । ସବକା ସାଥ , ସବକା ବିକାଶ ଆମର ଲକ୍ଷ୍ୟ କହିଛନ୍ତି ରାଜ୍ୟପାଳ । ଆହୁରି କହିଛନ୍ତି । ଉତ୍କର୍ଷ ଓଡିଶା , ମେକଇନ ଓଡିଶା କନକ୍ଲେଭ କରାଯାଇଛି । ୨୦୩୬ ଭିଜନ ନେଇ କାମ କରୁଛନ୍ତି ସରକାର । ୫୦୦ ବିଲିୟନ ଡଲାର ଅର୍ଥନୀତି ଲକ୍ଷ୍ୟ । ଭିଜନ ୨୦୩୬ ପାଇଁ ୩ ଲକ୍ଷରୁ ଅଧିକ ପ୍ରସ୍ତାବ ରହିଛି । ଭାରତର ଅର୍ଥନୀତିକୁ ଓଡିଶାର ୧.୫ ଟ୍ରିଲିୟନ ଡଲାର ଯୋଗଦାନ ଲକ୍ଷ୍ୟ । ବିକଶିତ ଭାରତ ୨୦୪୭ ପାଇଁ ବିକଶିତ ଓଡିଶା ପାଇଁ ଲକ୍ଷ୍ୟ ରହିଛି । ଓଡିଆ ଅସ୍ମିତାକୁ ପୁନର୍ଜୀବିତ କରିବା ପାଇଁ ପଦକ୍ଷେପ ନିଆଯାଇଛି ।