18.1 C
Bhubaneswar
Monday, November 25, 2024
Homeଓଡିଶାବୋର୍ଡ ହାଇସ୍କୁଲକୁ ସରକାର ହାତକୁ ନେବା ମାମଲା; ଆବେଦନକାରୀଙ୍କଠାରୁ ଜବାବ ତଲବ କଲେ ହାଇକୋର୍ଟ

ବୋର୍ଡ ହାଇସ୍କୁଲକୁ ସରକାର ହାତକୁ ନେବା ମାମଲା; ଆବେଦନକାରୀଙ୍କଠାରୁ ଜବାବ ତଲବ କଲେ ହାଇକୋର୍ଟ

କଟକ: ରାଜ୍ୟ ସରକାର ସେକେଣ୍ଡୋରୀ ବୋର୍ଡ ହାଇସ୍କୁଲକୁ ନିଜ ନିୟନ୍ତ୍ରଣକୁ ନେବା ଘଟଣାରେ ହାଇକୋର୍ଟ ଆବେଦନକାରୀଙ୍କଠାରୁ ଜବାବ ତଲବ କରିଛନ୍ତି । ଯଦି ଏହି ବିଦ୍ୟାଳୟ ରାଜ୍ୟ ସରକାରଙ୍କ ହାତକୁ ଚାଲି ଯାଏ ତାହେଲେ ଏହାଦ୍ୱାରା ସାଧାରଣ ଲୋକଙ୍କ ସ୍ୱାର୍ଥ କିପରି ବ୍ୟାଘାତ ହେବ ବୋଲି ହାଇକୋର୍ଟ ଆବେଦନକାରୀଙ୍କଠାରୁ ରିପୋର୍ଟ ତଲବ କରିଥିଲେ । ଏହା ଉପରେ ଆବେଦନକାରୀ କୌଣସି ସନ୍ତୋଷ ଜନକ ଉତ୍ତର ରଖିନପାରିବାରୁ ହାଇକୋର୍ଟ ଆବେଦନକାରୀଙ୍କୁ ସାନି ଜବାବ ରଖିବା ଲାଗି ନିର୍ଦ୍ଦେର୍ଶ ଦେଇଛନ୍ତି । ସୁଯୋଗ୍ୟ କୁମାର ସାମନ୍ତରାୟଙ୍କ ପକ୍ଷରୁ ଆଗତ ଏହି ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରନ ସିଂ ଏବଂ ବିଚାରପତି ଏମ.ଏସ. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଅଦାଲତ ଜୁଲାଇ ୪କୁ ଧାର୍ଯ୍ୟ କରିଛନ୍ତି । ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ ବୋର୍ଡ ଦ୍ୱାରା ପରିଚାଳିତ ହୋଇ ଆସୁଥିଲା । ୨୦୨୩ ଡିସେମ୍ବର ୧୨ରେ ରାଜ୍ୟ ସରକାର ଏହି ସ୍କୁଲ ପରିଚାଳନା ଭାର ହାତକୁ ନେବାଲାଗି ବିଜ୍ଞପ୍ତି ପ୍ରକାଶ କରିଥିଲେ । ବିଜ୍ଞପ୍ତି ଆଧାରରେ ଗତ ଫେବ୍ରୁଆରୀ ପହିଲାରୁ ବିଦ୍ୟାଳୟ ରାଜ୍ୟ ସରକାରଙ୍କ ହାତକୁ ଚାଲିଯାଇଛି । ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରି ଆବେଦନକାରୀ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅକ୍ଷୟ ପାଣ୍ଡେ ମାମଲା ପରିଚାଳନା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking