27.1 C
Bhubaneswar
Friday, December 19, 2025
Homeଓଡିଶାସରକାରଙ୍କ ଚକ୍ରାନ୍ତ ଭଣ୍ଡୁର ହେଲା, ପଡିଆ ଉଛୁଳିଲା : ଭକ୍ତ

ସରକାରଙ୍କ ଚକ୍ରାନ୍ତ ଭଣ୍ଡୁର ହେଲା, ପଡିଆ ଉଛୁଳିଲା : ଭକ୍ତ

ଭୁବନେଶ୍ବର; ସମ୍ବିଧାନ ବଞ୍ଚାଅ ମହାସମାବେଶର ଅଦ୍ଭୂତପୂର୍ବ ସଫଳତାରେ ବିଜେପି-ବିଜେଡି ଚକିତ ହୋଇଥିବା ସ୍ପଷ୍ଟ ହୋଇଛି। ବରମୁଣ୍ଡା ପଡିଆ ଭିତରେ ଯେତେ ଲୋକ ଥିଲେ ବାହାରେ ମଧ୍ଯ ସେତିକି ଲୋକ ରାହୁଲ ଗାନ୍ଧିଙ୍କୁ ଦେଖିବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷାରତ ଥିଲେ। ଡ୍ରାଇଭର ଧର୍ମଘଟ ନେଇ ପ୍ରଥମରୁ ଅନିଶ୍ଚିତତା ନଥିଲେ ଆହୁରି ମଧ୍ଯ ଅଧିକ ଜନସମାଗମ ହୋଇଥାନ୍ତା। ଏହା ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ଼ଗେଜୀ ପ୍ରମୁଖଙ୍କ ନେତୃତ୍ବାଧୀନ କଂଗ୍ରେସ ଦଳ ସପକ୍ଷରେ ଅନ୍ତଃସ୍ରୋତକୁ ଦର୍ଶାଉଛି ବୋଲି ଶନିବାର ମଧ୍ୟାହ୍ନରେ କଂଗ୍ରେସ ଭବନରେ ଆହୂତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରକାଶ କରିଛନ୍ତି। ପିସିସି ମିଡ଼ିଆ ସେଲ୍ ଅଧ୍ୟକ୍ଷ ଅରବିନ୍ଦ ଦାସଙ୍କ ପୌରହିତରେ ଆୟୋଜିତ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀଯୁକ୍ତ ଦାସ ମହାସମାବେଶ ପ୍ରତି ରାଜ୍ଯ ବାସୀଙ୍କ ଅକୁଣ୍ଠ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରୀଯୁକ୍ତ ଦାସ ସ୍ବତନ୍ତ୍ର ଭାବେ ଡ୍ରାଇଭର ମହାସଂଘକୁ କୃତଜ୍ଞତା ଜଣାଇ କହିଥିଲେ, କେବଳ ମହାସମାବେଶ ପାଇଁ ହିଁ ମହାସଂଘ ଧର୍ମଘଟକୁ କୋହଳ କରିବା ଦ୍ବାରା ସରକାର ଓ ବିଜେପିର ଚକ୍ରାନ୍ତ ଭଣ୍ଡୁର ହୋଇଥିଲା। ଏଥିସହିତ ସମଗ୍ର ରାଜ୍ୟରେ ଡ୍ରାଇଭର ମହାସଂଘର ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ଶ୍ରୀଯୁକ୍ତ ଦାସ ସମସ୍ତ କଂଗ୍ରେସ ସଂଗଠନ ଓ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ। ରାଷ୍ଟ୍ରପତିଙ୍କ ବିଷୟରେ ଏଆଇସିସି ଅଧ୍ୟକ୍ଷ ଅଶାଳୀନ ଟିପ୍ପଣୀ ଦେଇଥିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିଥିବା ଅଭିଯୋଗକୁ ସେ ଖଣ୍ଡନ କରିଥିଲେ।

ସେହିପରି, ରାହୁଲ ଗାନ୍ଧୀଙ୍କୁ ‘ସାମନ୍ତବାଦୀ’ ଆଖ୍ୟା ଦେଇଥିବା ଶ୍ରୀ ପ୍ରଧାନଙ୍କ ଟିପ୍ପଣୀ ନେଇ ସେ ପାଲଟା ପ୍ରଶ୍ନ କରିଥିଲେ, “ଯିଏ ଦେଶର ବଡବଡ ପୁଞ୍ଜିପତିଙ୍କ ବିରୁଦ୍ଧରେ ଲଢ଼ୁଛନ୍ତି ସିଏ ସାମନ୍ତବାଦୀ ଅଥଚ ଯେଉଁମାନେ ମଧ୍ୟଯୁଗୀୟ ବିଚାରର ଅଧିକାରୀ ସେମାନେ କିପରି ଏପରି ଆକ୍ଷେପ କରିପାରିବେ?” ଏହି ଅବସରରେ ଶ୍ରୀଯୁକ୍ତ ଦାସ ମହାସମାବେଶର ସୁପରିଚାଳନା ପାଇଁ ନିୟୋଜିତ ପୋଲିସ ପ୍ରଶାସନ ଓ ସହଯୋଗୀ ସରକାରୀ ସଂସ୍ଥାର ନିୟୋଜିତ ଅଧିକାରୀ ମାନଙ୍କୁ ଧନ୍ୟବାଦ ଜଣାଇ ଥିଲେ। ଅନୁରୁପ ଭାବେ ଶ୍ରୀଯୁକ୍ତ ଦାସ ରାଜ୍ଯର ସମସ୍ତ ଜିଲ୍ଲା ସଂଯୋଜକ, ସମସ୍ତ ଛାମୁଆ ସଂଗଠନର ମୁଖ୍ଯ ଓ କର୍ମକର୍ତ୍ତା, ସମସ୍ତ ବିଭାଗ ପ୍ରକୋଷ୍ଠର ମୁଖ୍ଯ ଓ କର୍ମକର୍ତ୍ତା, କଂଗ୍ରେସ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଦେବାସହ କୃତଜ୍ଞତା ଜ୍ଞାପନ କରିଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ଯରେ ପିସିସି କୋଷାଧ୍ୟକ୍ଷ ସିଦ୍ଧାର୍ଥ ସ୍ବରୂପ ଦାସ, ଉପସଭାପତି ତାରାପ୍ରସାଦ ବାହିନୀପତି, ରମେଶ ଜେନା, ସିଏସ୍ ରାଜେନ୍ ଏକ୍କା, ସନ୍ତୋଷ ସିଂହ ସାଲୁଜା, ଦେବାଶିଷ ପଟ୍ଟନାୟକ, ଲଲାଟନ୍ଦୁ ମହାପାତ୍ର, ସସ୍ମିତା ବେହେରା ପ୍ରମୁଖ ଗତକାଲିର ସମ୍ବିଧାନ ବଞ୍ଚାଅ ସମାବେଶର ସଫଳତାକୁ ନେଇ ରାଜ୍ଯବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking