17.1 C
Bhubaneswar
Wednesday, February 11, 2026
Homeଓଡିଶାଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ବୃଦ୍ଧି ନେଇ ସରକାରଙ୍କ ତଦାରଖ

ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ବୃଦ୍ଧି ନେଇ ସରକାରଙ୍କ ତଦାରଖ

ଭୁବନେଶ୍ୱର : ସମ୍ପ୍ରତି ରାଜ୍ୟରେ ଦେଖାଦେଇଥିବା ବିଭିନ୍ନ ଅତ୍ୟାବଶ୍ୟକୀୟ ଖାଉଟି ସାମଗ୍ରୀର ମୂଲ୍ୟବୃଦ୍ଧି ସମ୍ପର୍କରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଉଦ‌ବେଗ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଏହି ସମ୍ବନ୍ଧରେ ସମୀକ୍ଷା କରିଛନ୍ତି । ରାଜ୍ୟର ଖାଉଟିମାନେ ଯେପରି ସୁଲଭ ତଥା ଉଚିତ ମୂଲ୍ୟରେ ଖାଉଟି ସାମଗ୍ରୀ ପାଇପାରିବେ ସେଥିପାଇଁ ପଦକ୍ଷେପ ନେବାକୁ ବିଭାଗର ଅଧିକାରୀମାନଙ୍କୁ ସେ ପରାମର୍ଶ ଦେଇଛନ୍ତି ଏବଂ ମୁନାଫାଖୋର ତଥା ଅସାଧୁ ଉପାୟ ଅବଲମ୍ବନ କରୁଥିବା ବ୍ୟବସାୟୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଖାଉଟି ସାମଗ୍ରୀର ଦରବୃଦ୍ଧି ବର୍ତମାନ ଜାତୀୟ ସମସ୍ୟା ହୋଇଥିଲେ ମଧ୍ୟ ରାଜ୍ୟରେ ଅସାଧୁ ବ୍ୟବସାୟୀ ଯେପରି ଏହାର ଲାଭ ନ ଉଠାଇ ପାରନ୍ତି, ସେଥିପାଇଁ ସଜାଗ ରହିବାକୁ ବିଭାଗୀୟ ଅଧୁକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ତଦନୁଯାୟୀ ଯୋଗାଣ ବିଭାଗର ଅଧିକାରୀମାନଙ୍କ ଦ୍ୱାରା ରାଜ୍ୟର ପ୍ରମୁଖ ବଜାର ଯଥା ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର, ପୁରୀ ଆଦି ଅଞ୍ଚଳରେ ଯାଞ୍ଚ କରାଯାଉଛି । ଏତଦବ୍ୟତୀତ ବିଭାଗ ତରଫରୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀର କ୍ରୟ ବିକ୍ରୟ ଆଦି ଉପରେ ନଜର ରଖିବା ସହ ଜିଲ୍ଲାର ଯୋଗାଣ କର୍ମଚାରୀମାନଙ୍କୁ ଏ ସମ୍ବନ୍ଧରେ ବିବରଣୀ ବିଭାଗକୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking