ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ଆଡଭାଇଜରୀ ଜାରୀ କରିଛନ୍ତି । ଏହି ଆଡଭାଇଜରୀରେ ଯାତ୍ରା ପରେ ୧୪ ଦିନ ପର୍ଯ୍ୟନ୍ତ ଯାତ୍ରୀ ନିଜକୁ ସଙ୍ଗରୋଧ କରି ରଖିବେ । ସେହିପରି ଏହା ପୂର୍ବରୁ ସରକାରଙ୍କ ତରଫରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ ୭ ଦିନର ହୋମ କ୍ୱାରେଣ୍ଟାଇନ୍ କଥା କୁହାଯାଇଥିଲା । ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ନୂଆ ଆଡଭାଇଜରୀ ୧୪ ଫେବୃୟାରୀ ପରଠାରୁ କାର୍ଯ୍ୟକାରୀ ହେବ । ଯାତ୍ରୀଙ୍କୁ ନିର୍ଦ୍ଧିଷ୍ଟ ଯାତ୍ରା ପୂର୍ବରୁ ଏୟାର ସୁବିଧା ପୋର୍ଟାଲ ଉପରେ ସ୍ୱଘୋଷଣା ପତ୍ର ଜାରି କରିବାକୁ ହେବ । ଯେଉଁଥିରେ ୧୪ ଦିନର ଯାତ୍ରା କାଳର ପୂରା ଡିଟେଲ୍ସ ରହିଥିବା ଜରୁରୀ । ଏହା ସହିତ ଯାତ୍ରୀଙ୍କ କୋଭିଡ୍ ନେଗେଟିଭ ଆରଟିପିସିଆର ରିପୋର୍ଟ ମଧ୍ୟ ଅପଲୋଡ କରିବାକୁ ହେବ । ଏହି ରିପୋର୍ଟ ଯେପରି ଯାତ୍ରାର ୭୨ ଘଣ୍ଟା ପୂର୍ବରୁ ଅଧିକ ପୁରୁଣା ହୋଇନଥିବ । ଏହାଛଡା ଆଡଭାଇଜରୀରେ କୁହାଯାଇଛି ଯେ ପ୍ରତ୍ୟେକ ଯାତ୍ରୀଙ୍କ ରିପୋର୍ଟର ପ୍ରାମାଣିକତା ସମ୍ବନ୍ଧରେ ଏକ ଘୋଷଣା ପତ୍ର ବି ପ୍ରସ୍ତୁତ କରିବାକୁ ହେବ । ନଚେତ ନିୟମ ଉଲଙ୍ଘନ କରିଥିବା ଯାତ୍ରୀଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ନୂଆ ଆଡଭାଇଜରୀ ଅନୁସାରେ ଏୟାରପୋର୍ଟରେ ମହଜୁଦ ଥିବା ସ୍ୱାସ୍ଥ୍ୟ ଅଧିକାରୀ ସବୁ ଯାତ୍ରୀଙ୍କର ଥର୍ମାଲ ସ୍କ୍ରୀନିଙ୍ଗ କରିବେ । ଯାତ୍ରୀ ଏୟାରପୋର୍ଟ ଷ୍ଟାଫଙ୍କୁ ଅନଲାଇନରେ ପୂରଣ ହୋଇଥିବା ସ୍ୱଘୋଷିତ ଫର୍ମ ବି ଦେଖାଇବାକୁ ହେବ । ଲକ୍ଷଣ ନଜର ଆସିଲେ ଯାତ୍ରୀଙ୍କୁ ତୁରନ୍ତ ଆଇସୋଲେଟ କରାଯିବ ।