ଭୁବନେଶ୍ୱର: ଅନାସ୍ଥା ଚର୍ଚ୍ଚା ଉପରେ ମତ ରଖିଲେ ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂ । ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିଲେ ସରକାରଙ୍କ ଉପରେ ଅଧିକ ଚାପ ପଡିବ । ଏଥିପାଇଁ ସରକାର ବୋଧ ହୁଏ ମୋସୁମୀ ଅଧିବେଶନ ଡାକୁନାହାନ୍ତି । ଅନାସ୍ଥା ପ୍ରସ୍ତାବ ନେଇ ବିଜେଡିର ଆଭିମୁଖ୍ୟ ସ୍ଥିର କରିବେ ନବୀନ ବାବୁ । ସମଦୂରତା ବିଜେଡିର ପଲିସି, ଆଗରୁ ରାଜ୍ୟ ସ୍ୱାର୍ଥ ପାଇଁ ସମର୍ଥନ କରୁଥିଲୁ । ଏବେ ମହିଳା ପ୍ରସଙ୍ଗରେ ସରକାରଙ୍କୁ ବିଜେଡି ବିରୋଧ କରିବ ।










