ବ୍ୟୁରୋ : ଶିଳ୍ପାନୁଷ୍ଠାନମାନଙ୍କର ପାଉଁଶ ପରିଚାଳନାକୁ ବିଭନ୍ନ ସମୟରେ ପ୍ରଶ୍ନ ଉଠିଛି । ଅନେକ ସ୍ଥାନରେ ଏହାକୁ ନେଇ ସାଧାରଣ ଜନତା ରାଜରାସ୍ତାକୁ ମଧ୍ୟ ଓହ୍ଲାଇଛନ୍ତି । ଶିଳ୍ପାନୁଷ୍ଠାନଗୁଡିକ ସେମାନଙ୍କ ଶିଳ୍ପରୁ ନୁର୍ଗତ ପାଉଁଶ ର ଠିକ ଭାବେ ପରିଚାଳନା କରୁନଥିବାରୁ ପରିବେଶ ପ୍ରତି ବିପଦ ଥିବା ଦାବି କରୁଛନ୍ତି ଅନେକ ପରିବେଶବିତ । ଏହାରି ଭିତରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏକ ବଡ ସୂଚନା ଦେଇଛନ୍ତି । କହିଛନ୍ତି , ରାଜ୍ୟସରକାର ଖୁବଶୀଘ୍ର ଶିଳ୍ପାନୁଷ୍ଠାନମାନଙ୍କ ପାଇଁ ପାଉଁଶ ପରିଚାଳନା ଉପରେ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିବେ । ଏହି ମାର୍ଗ ଦର୍ଶିକା ମୁତାବକ ଶିଳ୍ପାନୁଷ୍ଠାନଗୁଡିକ ସେମାନଙ୍କ ଆସପାଣ୍ଡ ବା ପାଉଁଶ ପରିଚାଳନା କରିବେ ।