19.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶସାମ୍ବାଦିକଙ୍କ କଲ୍ୟାଣ ପାଇଁ ସରକାର ପ୍ରତିବଦ୍ଧ ନିକଟରେ ପ୍ରିଣ୍ଟ ମିଡିଆ ବିଜ୍ଞାପନ ଦର ୨୬% ବୃଦ୍ଧି

ସାମ୍ବାଦିକଙ୍କ କଲ୍ୟାଣ ପାଇଁ ସରକାର ପ୍ରତିବଦ୍ଧ ନିକଟରେ ପ୍ରିଣ୍ଟ ମିଡିଆ ବିଜ୍ଞାପନ ଦର ୨୬% ବୃଦ୍ଧି

ଭାରତ ସରକାର ସାମ୍ବାଦିକମାନଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧ । ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଦ୍ୱାରା ସ୍ୱୀକୃତିପ୍ରାପ୍ତ ସାମ୍ବାଦିକ ଏବଂ ସେମାନଙ୍କର ପରିବାର ପାଇଁ ସମଗ୍ର ଦେଶରେ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ଯୋଜନା (ସିଜିଏଚ୍ଏସ୍) ଅଧୀନରେ ସରକାରୀ ଚିକିତ୍ସା ଯୋଗାଇ ଦିଆଯାଉଛି । ଏଥିରେ ସିଜିଏଚଏସ ହାରରେ ସରକାରୀ/ସିଜିଏଚଏସ ତାଲିକାଭୁକ୍ତ ଘରୋଇ ହସ୍ପିଟାଲରେ ସେମାନଙ୍କର ଚିକିତ୍ସା ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ସାମ୍ବାଦିକ କଲ୍ୟାଣ ଯୋଜନା (ଜେଡବ୍ଲ୍ୟୁଏସ୍) ସାମ୍ବାଦିକଙ୍କ ମୃତ୍ୟୁ ଯୋଗୁଁ ଅତ୍ୟନ୍ତ କଷ୍ଟକର ପରିସ୍ଥିତିରେ ସାମ୍ବାଦିକ/ମିଡିଆ କର୍ମଚାରୀ କିମ୍ବା ସେମାନଙ୍କ ପରିବାରକୁ ଏକକାଳୀନ ସହାୟତା ରାଶି ପ୍ରଦାନ କରିବା ପାଇଁ ସରକାର ସାମ୍ବାଦିକ କଲ୍ୟାଣ ଯୋଜନା (ଜେଡବ୍ଲ୍ୟୁଏସ) କାର୍ଯ୍ୟକାରୀ କରିଛନ୍ତି । ଏହି ସହାୟତା ସେହି ସାମ୍ବାଦିକମାନଙ୍କୁ ମଧ୍ୟ ପ୍ରଦାନ କରାଯିବ, ଯେଉଁମାନେ ସ୍ଥାୟୀ ଭାବରେ ଶାରୀରିକ ଅକ୍ଷମ କିମ୍ବା ତାଲିକାଭୁକ୍ତ ପ୍ରମୁଖ ରୋଗରେ ପୀଡିତ । ଦୁର୍ଘଟଣା ଯୋଗୁଁ ଗୁରୁତର ଆଘାତର ସମ୍ମୁଖୀନ ହେଉଥିବା ଏବଂ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ସାମ୍ବାଦିକମାନଙ୍କୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯିବ ।

ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ସାମ୍ବାଦିକ ଏବଂ ଅଣ-ସ୍ୱୀକୃତିପ୍ରାପ୍ତ ସାମ୍ବାଦିକମାନଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଜେଡବ୍ଲ୍ୟୁଏସ୍ ଯୋଜନା ଅଧୀନରେ, ସରକାର ୨୦୧୪-୧୫ରୁ ୨୦୨୪-୨୫ ପର୍ଯ୍ୟନ୍ତ ୪୦୨ ଜଣ ସାମ୍ବାଦିକ/ମିଡିଆ କର୍ମଚାରୀ କିମ୍ବା ସେମାନଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । “ମାନ୍ୟତା ପ୍ରାପ୍ତ ପତ୍ରକାର କଲ୍ୟାଣ ସମିତି ଦିଲ୍ଲୀ”ରୁ ପ୍ରାପ୍ତ ପ୍ରତିନିଧିତ୍ୱ ସମ୍ପର୍କରେ, ଭାରତରେ ସମ୍ବାଦପତ୍ରଗୁଡିକ ପ୍ରେସ ଏବଂ ପତ୍ରିକା ପଞ୍ଜିକରଣ ଆଇନ, ୨୦୨୩ ଏବଂ ଏହାର ୨୦୨୪ ନିୟମ ଅନୁଯାୟୀ ପଞ୍ଜୀକୃତ, ସେଗୁଡିକର ପଞ୍ଜୀକରଣ ପାଇଁ ‘ପ୍ରେସ ସେବା ପୋର୍ଟାଲ’ ଏକ ସହଜ, ସୁଲଭ ଅନଲାଇନ ପ୍ରଣାଳୀ ପ୍ରଦାନ କରୁଛି । କେନ୍ଦ୍ରୀୟ ଯୋଗାଯୋଗ ବ୍ୟୁରୋ (ସିବିସି) ପ୍ରିଣ୍ଟ ମିଡିଆକୁ ସ୍ୱଚ୍ଛ ଭାବରେ ବିଜ୍ଞାପନ ଜାରି କରେ ଏବଂ ନିକଟରେ ବିଜ୍ଞାପନ ଦର ୨୬% ପର୍ଯ୍ୟନ୍ତ ବୃଦ୍ଧି କରିଛି । କମିଟିଗୁଡିକର ମନୋନୟନ ସିବିସି, ପିଆଇବି ଏବଂ ଭାରତୀୟ ପ୍ରେସ ପରିଷଦର ସମ୍ପୃକ୍ତ ନୀତି ନିର୍ଦ୍ଦେଶାବଳୀ ଅନୁସାରେ କରାଯାଇଥାଏ । ଶ୍ରୀ ଅରବିନ୍ଦ ଗଣପତ ସାୱନ୍ତ ଏବଂ ଶ୍ରୀ ସଞ୍ଜୟ ଉତ୍ତମରାଓ ଦେଶମୁଖଙ୍କ ଦ୍ୱାରା ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ସୂଚନା ଏବଂ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗନ ଆଜି ଲୋକସଭାରେ ଏହି ସୂଚନା ଦାଖଲ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking