29.1 C
Bhubaneswar
Monday, November 18, 2024
Homeଦେଶ ବିଦେଶଚିରାଗ ପାସୱାନଙ୍କୁ ବଙ୍ଗଳା ଖାଲି କରିବାକୁ ସରକାରଙ୍କ ନୋଟିସ

ଚିରାଗ ପାସୱାନଙ୍କୁ ବଙ୍ଗଳା ଖାଲି କରିବାକୁ ସରକାରଙ୍କ ନୋଟିସ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଆବାସ ଓ ସହର କାର୍ଯ୍ୟ ମନ୍ତ୍ରାଳୟ ଲୋକସଭା ସାଂସଦ ଚିରାଗ ପାସୱାନ ଓ ୧୨ ଜନପଥ ବଙ୍ଗଳାରେ ରହୁଥିବା ଅନ୍ୟ ବ୍ୟକ୍ତିଙ୍କୁ ଏକ ନୋଟିସ ଜାରି କରି ଏହି ବଙ୍ଗଳା ଖାଲି କରିବାକୁ କହିଛନ୍ତି । ଯାହାକୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାମବିଲାସ ପାସୱାନ ଙ୍କୁ ଆବଣ୍ଟିତ କରାଯାଇଥିଲା । ଅଧିକାରୀମାନେ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ଏହି ଘଟଣା ନେଇ ଚିରାଗ ପାସୱାନଙ୍କ ତରଫରୁ କିଛି ପ୍ରତିକ୍ରିୟା ମିଳିପାରିନାହିଁ । ସେ ହେଉଛନ୍ତି ରାମବିଲାସ ପାସୱାନଙ୍କ ପୁଅ ।
ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି, ବଙ୍ଗଳା କେନ୍ଦ୍ର ମନ୍ତ୍ରୀଙ୍କ ପାଇଁ ଅଛି ଓ ଏହି ସରକାରୀ ଆବାସରେ ରହୁଥିବା ଲୋକଙ୍କୁ ତାକୁ ଖାଲି କରିବାକୁ କୁହାଯାଇଛି ।
ଲୋଜପା ସଂସ୍ଥାପକ ରାମବିଳାସ ପାସୱାନ ଗତବର୍ଷ ଅକ୍ଟୋବରରେ ନିଧନ ପର୍ଯ୍ୟନ୍ତ ପ୍ରାୟ ତିନି ଦଶନ୍ଧି ଧରି ସେହି ବଙ୍ଗଳାରେ ରହୁଥିଲେ । ବର୍ତମାନ ତାଙ୍କ ପତ୍ନୀ, ପୁଅ ଚିରାଗ ପାସୱାନ ଓ ପରିବାରର ଅନ୍ୟ ସଦସ୍ୟ ରହୁଛନ୍ତି ।
ରାମବିଳାସ ପାସୱାନ ଦେଶର ପ୍ରମୁଖ ଦଳିତ ନେତାଙ୍କ ମଧ୍ୟରେ ସାମିଲ ଥିଲେ । ଗତବର୍ଷ ଅକ୍ଟୋବରରେ ୭୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସେ ୧୯୮୯ରୁ ବିଭିନ୍ନ ବିଚାରଧାରାଯୁକ୍ତ ଦଳର ସରକାରରେ କେନ୍ଦ୍ରରେ ମନ୍ତ୍ରୀ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking