27.1 C
Bhubaneswar
Sunday, July 7, 2024
Homeଦେଶ ବିଦେଶଆମେରିକାରେ ପୁଣି ଗର୍ଜିଲା ବନ୍ଧୁକ, ୨ ମୃତ

ଆମେରିକାରେ ପୁଣି ଗର୍ଜିଲା ବନ୍ଧୁକ, ୨ ମୃତ

ୱାଶିଂଟନ: ଆମେରିକାରେ ପୁଣି ଗର୍ଜିଲା ବନ୍ଧୁକ । ବୁଧବାର ଆମେରିକା ରାଜଧାନୀ ୱାଶିଂଟନ ଡିସି ଠାରେ ଗୁଳିକାଣ୍ଡ ଘଟିଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବୁଧବାର ପୂର୍ବାହ୍ନ ପ୍ରାୟ ୧୨ଟା ୫୦ ମିନିଟ୍ ସମୟରେ ଏହି ଗୁଳି ଫୁଟିଥିବା ଜିନହୁଆ ନ୍ୟୁଜ ଏଜେନ୍ସି ରିପୋର୍ଟରୁ ଜଣାପଡିଛି । ପ୍ରାଥମିକ ତଦନ୍ତରୁ ଏହି ଗୁଳିମାଡରେ ଦୁଇ ଜଣ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି ।

ଦୁଇ ଦୁର୍ବୃତ୍ତ କଳାରଙ୍ଗର ଗାଡିରେ ଆସିଥିଲେ । ସେମାନେ ଏକ ବିଲ୍ଡିଂ ସାମ୍ନାରେ ଗାଡିରୁ ବାହାରି ରାସ୍ତାରେ ଯାଉଥିବା ଲୋକଙ୍କ ଉପରେ ଅତର୍କିତ ଗୁଳିଚାଳନା କରିଥିଲେ ଏବଂ କିଛି ସମୟ ପରେ ଫେରାର୍ ହୋଇଯାଇଥିଲେ । ଏଥିପାଇଁ ସେମାନେ ସେମି ଅଟୋମାଟିକ ବନ୍ଧୁକ ବ୍ୟବହାର କରିଥିଲେ । ଦୁର୍ବୃତ୍ତ ଆଖିବୁଜା ଗୁଳିମାଡରେ ୫ ଜଣଙ୍କ ଦେହରେ ଗୁଳି ବାଜିଥିଲା । ସେମାନଙ୍କ ମଧ୍ୟରୁ ଦୁଇ ଜଣ ସେଠାରେ ଟଳି ପଡିଥିଲେ । ଏନେଇ ଡିସି ପୋଲିସ ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଆହତଙ୍କୁ ମେଡିକାଲ ପଠାଇଛି । ମୃତକମାନେ ଦୁଇ ଯୁବକ ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking