33.1 C
Bhubaneswar
Sunday, September 22, 2024
Homeସ୍ୱାସ୍ଥ୍ୟରୋଗ ପ୍ରତିରୋଧକ ଶକ୍ତି ଏବଂ ହଜମ ପାଇଁ ଉତ୍ତମ ମେଡିସିନ୍ ସପୁରୀ ଜୁସ୍

ରୋଗ ପ୍ରତିରୋଧକ ଶକ୍ତି ଏବଂ ହଜମ ପାଇଁ ଉତ୍ତମ ମେଡିସିନ୍ ସପୁରୀ ଜୁସ୍

ନୂଆଦିଲ୍ଲୀ : ଶରୀରକୁ ସୁସ୍ଥ ରଖିବା ପାଇଁ କିଏ ବା ନ ଚାହେଁ । ବିଶେଷ କରି ଖରାଦିନେ ଶରୀରରେ ଜଳୀୟ ଅଂଶ କମ୍ ରହିଥାଏ । ତେଣୁ ଏପରି ପରିସ୍ଥିତିରେ ଆମେ ବିଭିନ୍ନ ପ୍ରକାର ଜୁସ୍ ପିଇଥାଉ  । କିନ୍ତୁ ଆପଣମାନେ ଜାଣନ୍ତି କି ଶ ସପୁରୀ ଜୁସ୍ ଆମ ଶରୀର ପାଇଁ କେତେ ହିତକର  । ଆସନ୍ତୁ ଜାଣିବା  । ଏହି ଜୁସ ରୋଗ ପ୍ରତିରୋଧକ ଶକ୍ତି ଏବଂ ହଜମ ପାଇଁ ସବୁଠାରୁ ଉତ୍ତମ ମେଡିସିନ ଅଟେ । ସପୁରୀ ଜୁସରେ ବ୍ରୋମେଲାଇନର ଏକମାତ୍ର ଖାଦ୍ୟ ଉତ୍ସ । ସପୁରୀ ଜୁସରେ ଆଇରନ, ଭିଟାମିନ୍ ସି, ମାଙ୍ଗାନିଜ୍, କପର, ଫୋଲେଟ୍, ପୋଟାସିୟମ୍, ଭିଟାମିନ୍ କେ, ଭିଟାମିନ୍ ବି-୬, ଭିଟାମିନ୍ ବି -୧, କ୍ୟାଲସିୟମ୍, ଫସଫରସ୍, କୋଲାଇନ୍, ମ୍ୟାଗ୍ନେସିୟମ୍ ଆଦି ରହିଥାଏ। ସପୁରୀ ଜୁସ୍  ପିଇବା ଦ୍ଵାରା ମୁହଁରେ ବ୍ରଣ ପରି ସମସ୍ୟା ଠାରୁ ମୁକ୍ତି ମିଳିଥାଏ  । ଏବଂ ତ୍ଵଚା ଉଜ୍ଵଳ ମଧ୍ୟ ହୋଇଥାଏ । ଏହି ଜୁସ୍ କୁ  ପିଇବା ଦ୍ୱାରା ଚର୍ମ ସତେଜ ରୁହେ ଏବଂ କୁଞ୍ଚନ ଦେଖାଯାଏ ନାହିଁ । ଅନେକ ଥର କୌଣସି ଫାଷ୍ଟଫୁଡ୍ ଖାଇବା ଦ୍ଵାରା ପେଟ ଭାରି ହୋଇଯାଏ ଏବଂ ଯନ୍ତ୍ରଣା ଦିଏ । ଏହିପରି ପରିସ୍ଥିତିରେ ସପୁରୀକୁ ଜୁସ କରି ପିଇଲେ , ଆପଣଙ୍କୁ ପେଟ ଯନ୍ତ୍ରଣାରୁ ମୁକ୍ତି ମିଳିବ । ସପୁରୀ ଜୁସରେ ହଜମ ପାଇଁ ଫାଇବର ଏବଂ ଭିଟାମିନ୍-ସି ର ଏକ ସମୃଦ୍ଧ ଉତ୍ସ ରହିଛି । ଯାହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ। ଯଦି ପ୍ରତିଦିନ ଏହି ଜୁସକୁ ପିଅନ୍ତି, ତେବେ ଆପଣଙ୍କ କୋଷ୍ଠକାଠିନ୍ୟ, ଗ୍ୟାସ୍ ଭଳି ସମସ୍ୟା ଦୂର ହୋଇଯିବ । ସପୁରୀ ଜୁସ୍  ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ  । ଏହି ଜୁସକୁ ପିଇଉଥିବା ବ୍ୟକ୍ତିଙ୍କୁ ସହଜରେ କୌଣସି ରୋଗ ଛୁଇଁ ପାରିବ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking