18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶଏହା ହେଉଛି ଭାରତର ଗୋଲଡେନ୍ ନଦୀ, ପାଣିରେ ପ୍ରବାହିତ ହେଉଛି ସୁନା!

ଏହା ହେଉଛି ଭାରତର ଗୋଲଡେନ୍ ନଦୀ, ପାଣିରେ ପ୍ରବାହିତ ହେଉଛି ସୁନା!

ନୂଆଦିଲ୍ଲୀ : ଭାରତରେ ଶହ ଶହ ଛୋଟ ଏବଂ ବଡ ନଦୀ ଅଛି, ଯାହା ଲୋକମାନଙ୍କର ଜୀବିକାର ମାଧ୍ୟମ । କିନ୍ତୁ, ଆପଣ ଜାଣନ୍ତି କି ଭାରତରେ ଏକ ନଦୀ ଅଛି ଯେଉଁଠାରୁ ସୁନା ବାହାରିଥାଏ । ନଦୀ ନିକଟରେ ରହୁଥିବା ଲୋକମାନେ ସୁନା ବାହାର କରି ଏହାକୁ ବିକ୍ରି କରି ଟଙ୍କା ରୋଜଗାର କରନ୍ତି। ତେବେ ନଦୀରେ ସୁନା କେଉଁଠୁ ଆସେ ଏବଂ ଅନେକ ବୈଜ୍ଞାନିକ ମଧ୍ୟ ଅନୁସନ୍ଧାନ କରିଛନ୍ତି, କିନ୍ତୁ ସୁନା କେଉଁଠୁ ଆସେ ତାହା ଏପର‌୍ୟ୍ୟନ୍ତ ରହସ୍ୟମୟ ରହିଛି।
ସୁନାର ଏହି ନଦୀ ଝାଡଖଣ୍ଡ ରାଜ୍ୟରେ ପ୍ରବାହିତ ହେଉଛି ଏବଂ ଏହାର ନାମ ସ୍ୱର୍ଣ୍ଣରେଖା ନଦୀ । ସୁନା ପାଇବା ହେତୁ ଏହି ନଦୀକୁ ସ୍ୱର୍ଣ୍ଣରେଖା ନଦୀ କୁହାଯାଏ ଏବଂ ଏହା ଝାଡଖଣ୍ଡ ବ୍ୟତୀତ ପଶ୍ଚିମବଙ୍ଗ ଏବଂ ଓଡିଶାରେ ପ୍ରବାହିତ ହୁଏ । ଏହି ନଦୀର ଆରମ୍ଭ ଝାଡଖଣ୍ଡର ରାଜଧାନୀ ରାଞ୍ଚି ଠାରୁ ୧୬ କିଲୋମିଟର ଦୂରରେ ଅବସ୍ଥିତ ଏବଂ ସିଧାସଳଖ ବଙ୍ଗୋପସାଗରରେ ପଡେ ।
ଝାଡ଼ଖଣ୍ଡରେ, ଯେଉଁ ଅଂଚଳ ଦେଇ ସ୍ୱର୍ଣ୍ଣରେଖା ନଦୀ ଦେଇ ଗତି କରେ, ଲୋକମାନେ ସକାଳରୁ ସେଠାରେ ପହଁଚି ବାଲି ଫିଙ୍ଗି ସୁନା ସଂଗ୍ରହ କରନ୍ତି । ଏଥିରେ ଲୋକମାନେ ବହୁ ପିଢି ଧରି ସୁନା ବାହାର କରି ଟଙ୍କା ରୋଜଗାର କରିଆସୁଛନ୍ତି। କେବଳ ଏତିକି ନୁହେଁ ପୁରୁଷ ଓ ମହିଳାଙ୍କ ବ୍ୟତୀତ ପିଲାମାନେ ମଧ୍ୟ ନଦୀରୁ ସୁନା ବାହାର କରିବାରେ ନିୟୋଜିତ ଅଛନ୍ତି।
ସ୍ୱର୍ଣ୍ଣରେଖା ନଦୀରେ ସୁନା କେଉଁଠୁ ଆସେ, ଏପର୍ଯ୍ୟନ୍ତ ଏହା ଏକ ରହସ୍ୟ ହୋଇ ରହିଛି । ତେବେ କେତେକ ଭୂବିଜ୍ଞାନୀ କହିଛନ୍ତି ଯେ ସୁବର୍ଣ୍ଣରେଖା ନଦୀ ପଥର ଦେଇ ଆସିଥାଏ ଏବଂ ସେଥିପାଇଁ ସୁନା କଣିକା ମିଳିପାରେ। ତେବେ ଏପର୍ଯ୍ୟନ୍ତ ସୁନା କେଉଁଠୁ ଆସୁଛି ସେ ସମ୍ପର୍କରେ କୈାଣସି ଠୋସ୍ ସୂଚନା ନାହିଁ।
ସ୍ୱର୍ଣ୍ଣରେଖା ନଦୀର ଏକ ଉପନଦୀ ମଧ୍ୟ ଅଛି, ଯେଉଁଠାରୁ ଲୋକମାନେ ସୁନା ବାହାର କରନ୍ତି । ସୁବର୍ଣ୍ଣ କଣିକା ଉପନଦୀ ‘କରକରି’ର ବାଲିରେ ମଧ୍ୟ ଦେଖାଯାଏ ଏବଂ ଲୋକମାନେ ମଧ୍ୟ ଏଠାରୁ ସୁନା ପାଆନ୍ତି । ଅନୁମାନ କରାଯାଉଛି ଯେ ସୁବର୍ଣ୍ଣରେଖା ନଦୀରେ ଥିବା ସୁନା ପ୍ରକୃତରେ ‘କରକରି’ ନଦୀରୁ ଆସିଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking