31.1 C
Bhubaneswar
Tuesday, April 7, 2026
Homeଓଡିଶାସୁନା ବ୍ୟବସାୟୀଙ୍କୁ ଗୁଳି ମାଡ଼

ସୁନା ବ୍ୟବସାୟୀଙ୍କୁ ଗୁଳି ମାଡ଼

ଗଞ୍ଜାମ: ସୁନା ବ୍ୟବସାୟୀଙ୍କୁ  ଗୁଳି ମାଡ଼ । ଗଞ୍ଜାମରେ ପୁଣି ଫୁଟିଲା ବନ୍ଧୁକ । ଅଶାନ୍ତ ପାଟପୁର ଥାନା ଅଞ୍ଚଳ ଡେଙ୍ଗାଓସ୍ତା । ଡେଙ୍ଗାସ୍ତାର ସୁନା ଦୋକାନୀ  ଶ୍ରୀ ଦୁର୍ଗା ଜ୍ୱେଲର୍ସର ମାଲିକ ପବିତ୍ର ବିଷୋୟୀଙ୍କୁ ଗୁଳି ମାଡ଼ ହୋଇଛି । ଗତକାଲି ସେ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବାଟରେ ଛକି ରହିଥିଲେ ଦୁର୍ବୃତ୍ତ । ପିଛା କରି ଅଳ୍ପ ରାସ୍ତା ଯିବା ପରେ ହଠାତ ତାଙ୍କ ଉପରକୁ ତିନିଟି ଗୁଳି ଚଳାଇଥିଲେ ଅଭିଯୁକ୍ତ । ଦୁଇଟି ଗୁଳି ସୁନା ବ୍ୟବସାୟ ପବିତ୍ର ବିଷୋୟୀଙ୍କଦେହରେ ବାଜିଛି । କିନ୍ତୁ ଛାଡ଼ିନଥିଲେ ନିଜ ଟଙ୍କା ବ୍ୟାଗ । ବନ୍ଧୁକର ଗୁଳି ଶବ୍ଦ ଶୁଣି ନିକଟରେ ଥିବା ଲୋକ ଦୌଡ଼ିଲା ବେଳକୁ ଦୁର୍ବୃତ୍ତ ଘଟଣାସ୍ଥଳରୁ ବାଇକ ଯୋଗେ ଫେରାର ହୋଇଯାଇଥିଲେ ଲୁଟେରା । ଦୁଇଟି ବାଇକରେ ଥିଲେ ପାଞ୍ଚ ଜଣ ଦୁର୍ବୃତ୍ତ । ଘଟଣାସ୍ଥଳରେ ପାଟପୁଟ ପୁଲିସ ପହଞ୍ଚି ତନାଘନା ଜାରି କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking