27.1 C
Bhubaneswar
Saturday, June 29, 2024
Homeଓଡିଶାରାଜ୍ୟରେ ଖସିଲା ସୁନା ଦର....

ରାଜ୍ୟରେ ଖସିଲା ସୁନା ଦର….

ଭୁବନେଶ୍ୱର: ବର୍ତ୍ତମାନ ବିବାହ ଋତୁ ଚାଲିଛି । ଉଭୟ ବର ଓ କନ୍ୟା ପରିବାର ପାଇଁ ବିବାହ ଉତ୍ସବରେ ସୁନାର ଆବଶ୍ୟକତା ଅଧିକ ଥାଏ । ତେବେ ବର୍ତ୍ତମାନ ଯଦି ଆପଣ ସୁନା, ରୂପା କିମ୍ବା ଏହାର ଅଳଙ୍କାର  କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ତଥା ଖୁସି ଖବର  ଅଛି । କାରଣ ଗତ କିଛି ଦିନ ହେବ ସୁନା ଓ ରୂପା ଦରରେ କ୍ରମାଗତ ହ୍ରାସ ଘଟିଛି ।

ଏହି କାରଣରୁ, ସୁନା ଓ ରୂପା ଗ୍ରାହକ ମାନେ ବହୁତ ଖୁସି ହୋଇଥିବା ଖବର ମିଳିଛି । ଗୁରୁବାର ଆସିଥିବା ଅପଡେଟ୍  ଅନୁସାରେ ସପ୍ତାହର ଚତୁର୍ଥ ଦିନରେ ସୁନା ୧୦ ଗ୍ରାମ ପିଛା ୩୩୦ ଟଙ୍କା ଶସ୍ତା ହୋଇଛି । ପୂର୍ବରୁ ସୁନା ୧୦ ଗ୍ରାମ ପିଛା ପିଛା ୫୮୯୩୪ ଟଙ୍କା ଦର ରହିଥିଲା । ବୁଧବାର ଦିନ ସୁନା ଦର ୧୦ ଗ୍ରାମ ପିଛା ୫୯୧ ଟଙ୍କା ଶସ୍ତା ହୋଇ ୫୯୨୬୪  ଟଙ୍କା ସ୍ତରରେ ବନ୍ଦ ହୋଇଯାଇଥିଲା ।

ଗୁରୁବାର ଦିନ ସୁନା ସହିତ ରୂପା ମୂଲ୍ୟରେ ମଧ୍ୟ ହ୍ରାସ ଘଟିଛି । ଗୁରୁବାର ଦିନ ରୂପା ୧୧୪୩ ଟଙ୍କା ଶସ୍ତା ହୋଇ ଦର ପହଞ୍ଚିଛି ୭୧୦୬୨ ଟଙ୍କାରେ । ଏହା ପୂର୍ବରୁ ଅର୍ଥାତ ବୁଧବାର ଦିନ ରୂପା ୧୦୬୪ ଟଙ୍କା ବଢି ୭୩୧୬୯ ଟଙ୍କା  ହୋଇଥିଲା । ସର୍ବଶେଷ ୧୪ ରୁ ୨୪ କ୍ୟାରେଟ୍ ସୁନା ଦର ।

ଏହା ପରେ, ଗୁରୁବାର ଦିନ ୨୪ କ୍ୟାରେଟ୍ ସୁନା ୫୮,୯୩୪ ଟଙ୍କା, ୨୩ କ୍ୟାରେଟ୍ ୫୮,୬୯୮ ଟଙ୍କା, ୨୨ କ୍ୟାରେଟ୍ ୫୩,୯୮୪ ଟଙ୍କା । ୧୮ କ୍ୟାରେଟ୍ ସୁନାର ଦାମ ୪୪,୨୦୧ ଏବଂ ୧୪ କ୍ୟାରେଟ୍ ୩୪,୪୭୬  ଟଙ୍କା ଶସ୍ତା ହୋଇଛି । ତେବେ ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ,  MCX ଏବଂ ଆନ୍ତର୍ଜାତୀୟ ବଜାର ର ସୁନା ଏବଂ ରୂପା ହାର ଟିକସମୁକ୍ତ, ତେଣୁ ଦେଶର ବଜାର ହାର ମଧ୍ୟରେ ପାର୍ଥକ୍ୟ ଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking