26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶକେଜ୍ରିୱାଲଙ୍କୁ ଗୋଆ ଅଦାଲତଙ୍କ ସମନ୍‌

କେଜ୍ରିୱାଲଙ୍କୁ ଗୋଆ ଅଦାଲତଙ୍କ ସମନ୍‌

ପାଣାଜୀ: ଗୋଆର ଏକ ଅଦାଲତ ପକ୍ଷରୁ ମଙ୍ଗଳବାର ଆନ୍ ନେତା ତଥା ଦିଲ୍ଲଈ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ସମନ୍ ଜାରି କରାଯାଇଛି । ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିଥିବାରୁ ଆସନ୍ତାକାଲି ଅର୍ଥାତ୍ ବୁଧବାର କୋର୍ଟରେ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆପ୍‌ର ଗୋଆ ଶାଖା ସଭାପତି ଅମିତ ପାଲେକର ଏହି ସମନ୍ ଗ୍ରହଣ କରିଛନ୍ତି ।

ଲୋକପ୍ରତିନିଧି ଆଇନ ଓ ଭାରତୀୟ ପିଙ୍ଗଳ କୋଡ୍‌ର ବିଭିନ୍ନ ଧାରା ଅନୁଯାୟୀ କେଜ୍ରିୱାଲଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା କୁହାଯାଇଛି । ୨୦୧୭ରେ ଗୋଆରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ କୌଣସି ଏକ ଘଟଣାକୁ ନେଇ ଏଭଳି ସମନ୍ ଜାରି କରାଯାଇଥାଇପାରେ ବୋଲି ଆପ୍ ପକ୍ଷରୁ ଆଶଙ୍କା କରାଯାଉଛି । ପାଲେକର ନିଜେ ଜଣେ ଆଇନଜୀବୀ ହୋଇଥିବାବେଳେ ବୁଧବାର କେଜ୍ରିୱାଲଙ୍କ ତରଫରୁ କୋର୍ଟରେ ହାଜର ହେବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking