26.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶସୌନ୍ଦର୍ଯ୍ୟ ବୃଦ୍ଧିରେ ଗ୍ଲିସେରିନ୍ , ଜାଣନ୍ତୁ କିପରି କରିବେ ବ୍ୟବହାର

ସୌନ୍ଦର୍ଯ୍ୟ ବୃଦ୍ଧିରେ ଗ୍ଲିସେରିନ୍ , ଜାଣନ୍ତୁ କିପରି କରିବେ ବ୍ୟବହାର

ନୂଆଦିଲ୍ଲୀ: ମହିଳାମାନେ ସବୁବେଳେ ସୁନ୍ଦର ଦେଖାଯିବାକୁ ବିଭିନ୍ନ ଉପାୟ ଆପଣାନ୍ତି । ସେଥିପାଇଁ ବିଭିନ୍ନ ପ୍ରକାରର ପ୍ରସାଧନ ବ୍ୟବହାର କରିବା ସହ ବିଭିନ୍ନ ଉପଚାର କରିଥାନ୍ତି । ଶରୀରକୁ ସୁନ୍ଦର କରିବାରେ ଗ୍ଲିସେରିନର ଭୂମିକା ଅନେକ ରହିଛି । ଜାଣନ୍ତୁ ସୌନ୍ଦର‌୍ୟ୍ୟକୁ ଏହାକୁ ବ୍ୟବହାର କରିବେ କିପରି?
କ୍ଲିସେରିନକୁ କେବେ ସିଧାସଳଖ ବ୍ୟବହାର କରନ୍ତୁ ନାହିଁ । ବରଂ ଏହାକୁ ଗୋଲାପ ଜଳ କିମ୍ବା ମିନେରାଲ ୱାଟରରେ ମିଶାଇ ବ୍ୟବହାର କରନ୍ତୁ ।
ଗ୍ଲିସେରିନକୁ ମୁହଁରେ ଲଗାଇବା ପୂର୍ବରୁ ମୁହଁକୁ ଭଲଭାବେ ଧୋଇନିଅନ୍ତୁ । ଏହାପରେ ତୁଳାରେ କିଛି ବୁନ୍ଦା ନେଇ ମୁହଁରେ ମସାଜ୍ କରନ୍ତୁ । କିଛି ସମୟ ରଖିବା ପରେ ମୁହଁକୁ ସାଧା ପାଣିରେ ଧୋଇଦିଅନ୍ତୁ । ତ୍ୱଚା କୋମଳ ରହିବ ।
୧୦୦ ଗ୍ରାମ ଗୋଲାପ ଜଳ ସହିତ ୧ ଚାମଚ ଗ୍ଲିସେରିନ୍ ମିଶାଇ ବେତଲର ଠିପି ବନ୍ଦ କରି ଫ୍ରିଜରେ ରଖିଦିଅନ୍ତୁ । ଏହି ଲୋସନକୁ ହାତ, ଗୋଡ, କିମ୍ବା ଶୁଷ୍କ ତ୍ୱଚାରେ ବ୍ୟବହାର କରନ୍ତୁ ।
ଯଦି ମୁହଁରେ ଚର୍ମ ଶୁଷ୍କ ହୋଇଯାଉଛି, ତାହେଲେ ଅଧା ଚାମଚ ଗ୍ଲିସେରିନ୍ ସହିତ ୧ ଚାମଚ ଗୋଲାପ ଜଳ ଓ ୧ ଚାମଚ ମିଲ୍କ ପାଉଡର ମିଶାନ୍ତୁ । ଏହାକୁ ଭଲଭାବେ ମୁହଁରେ ଲଗାନ୍ତୁ । ୫ ମିନିଟ୍ ପରେ ମୁହଁକୁ ଭଲଭାବେ ଧୋଇଦିଅନ୍ତୁ । ମୁହଁ ରୁକ୍ଷ ଓ ଶୁଷ୍କ ହେବାରୁ ରକ୍ଷା ପାଇବ ନିଶ୍ଚୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking