24.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶଜର୍ମାନୀ ଚର୍ଚ୍ଚରେ ଗୁଳିକାଣ୍ଡ, ୮ ମୃତ

ଜର୍ମାନୀ ଚର୍ଚ୍ଚରେ ଗୁଳିକାଣ୍ଡ, ୮ ମୃତ

ହାମ୍ବର୍ଗ : ଜର୍ମାନୀର ଦ୍ୱିତୀୟ ବୃହତ୍ ସହର ହାମ୍ବର୍ଗର ଏକ ଚର୍ଚ୍ଚରେ ଗୁରୁବାର ରାତିରେ ଗୁଳିକାଣ୍ଡ ଘଟି ୮ ଜଣ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି । ମୃତକଙ୍କ ସଂଖ୍ୟାରେ ବୃଦ୍ଧି ଘଟିବା ସମ୍ଭାବନା ରହିଛି ବୋଲି ପୁଲିସ କହିଛି । ଆକ୍ରମଣକାରୀ ପ୍ରାୟ ୧୦ ମିନିଟ୍ ଧରି ଆଖିବୁଜା ଗୁଳି ଚଳାଇଥିବା ପୁଲିସ ପକ୍ଷରୁ କୁହାଯାଇଛି । ଏହି ଗୁଳିକାଣ୍ଡ ଗ୍ରୋସ୍ ବୋର୍ଷ୍ଟେଲ୍ ଅଞ୍ଚଳର ଏକ ଚର୍ଚ୍ଚର ୟେହୋଭା ୱିଟ୍‌ନେଟ୍ କିଙ୍ଗ୍‌ଡମ୍ ହଲ୍‌ରେ ହୋଇଥିବା ବେଳେ ସୂଚନା ମିଳିବାର ୧୫ ମିନିଟ୍ ମଧ୍ୟରେ ପୁଲିସ ସେଠାରେ ପହଞ୍ଚିଥିଲା । ଆକ୍ରମଣକାରୀ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିପାରି ନାହିଁ । ତେବେ ତା’ର ମୃତ୍ୟୁ ହୋଇଥିବା ପୁଲିସ ପକ୍ଷରୁ ସନ୍ଦେହ କରାଯାଉଛି । ସେହିପରି ଗୁଳିକାଣ୍ଡର କାରଣ ସମ୍ପର୍କରେ ମଧ୍ୟ ସଠିକ୍ ସୂଚନା ମିଳିନାହିଁ । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ପ୍ରାୟ ୨୫ଟି ଗୁଳିର ଶବ୍ଦ ସେମାନେ ଶୁଣିଛନ୍ତି । ସୁରକ୍ଷା ପାଇଁ ଅଞ୍ଚଳରେ ସ୍ପେଶାଲ ଫୋର୍ସ ନିୟୋଜିତ କରାଯାଇଥିବା ସିନେଟର୍ ଆଣ୍ଡି ଗ୍ରୋଟେ କହିଛନ୍ତି । ଆଖପାଖରେ ରହୁଥିବା ଲୋକଙ୍କୁ ଘରୁ ନବାହାରିବା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ପୁଲିସ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ୍ କରିବା ସହିତ ଚର୍ଚ୍ଚ ଆଖପାଖର ସଡ଼କ ବ୍ଲକ୍ କରିଦେଇଛି । ଘଟଣାସ୍ଥଳରେ ବହୁ ସଂଖ୍ୟକ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking