ଭୁବନେଶ୍ୱର : ସୌମ୍ୟଙ୍କ ଆଲେଖ୍ୟ ଓ ବୟାନ ସମ୍ପର୍କରେ ନିରଞ୍ଜନଙ୍କ ପ୍ରତିକ୍ରିୟା | ସୌମ୍ୟଙ୍କ ବଡ ଭାଇ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ମନ୍ତବ୍ୟ | ସୌମ୍ୟ ସ୍ୱାଭିମାନୀ , ସ୍ପଷ୍ଟବାଦୀ ଏବଂ ସ୍ୱାଧୀନଚେତା ବୋଲି କହିଛନ୍ତି ନିରଞ୍ଜନ | ଅନ୍ୟାୟ ହେଲେ ସେ ଚୁପ ରହେନି, ଅନ୍ୟାୟ କୁ ବରଦାସ୍ତ କରେନି | ଆମ ପରିବାର ଭିତରେ ବି ଆମେ ତା ମୁହଁ ବନ୍ଦ କରିପାରୁନା | ନବୀନ କାହାକୁ ନେଇ ଶାସନ କରିବେ ତାହା ତାଙ୍କ ନିଷ୍ପତ୍ତି | ଜଣେ ଗୁମାସ୍ତା କି ମନ୍ତ୍ରୀ କି ବିଧାୟକଙ୍କୁ ନେଇ ଚଳିବେ, ତାଙ୍କ ନିଷ୍ପତ୍ତି | ଜଣେ ସମ୍ପାଦକ ଓ ରାଜନୈତିକ ଦଳର ବ୍ୟକ୍ତିଙ୍କୁ ମିଶାଇ ଦେଖିବା ଅନୁଚିତ | ସୌମ୍ୟ ନବୀନ ଙ୍କ ଦଳ ବିରୋଧରେ ନୁହେଁ , ବ୍ୟବସ୍ତା ବିରୋଧରେ କହିଛନ୍ତି | ଦୈନିକ ଲୋକ ସେଟ କରାଇ ବିଭିନ୍ନ ବକ୍ତବ୍ୟ ପ୍ରକାଶ କରାଯାଉଛି | ତାଙ୍କୁ ଦଳରୁ କାଢି ଦଉନାହାନ୍ତି , ଗଲା ମାମଲା ଖତମ ହୋଇଯିବ ବୋଲି କହିଛନ୍ତି ନିରଞ୍ଜନ |