19.1 C
Bhubaneswar
Friday, November 22, 2024
Homeଓଡିଶାସାଧାରଣ ନିର୍ବାଚନ-୨୦୨୪; ଓଡ଼ିଶାର ବିଏଲ୍‌ଓ ମାସ୍କଟ୍ ‘ମିତା ଦିଦି’

ସାଧାରଣ ନିର୍ବାଚନ-୨୦୨୪; ଓଡ଼ିଶାର ବିଏଲ୍‌ଓ ମାସ୍କଟ୍ ‘ମିତା ଦିଦି’

ଭୁବନେଶ୍ୱର: ଓଡ଼ିଶାର ନିର୍ବାଚନ ସମ୍ବନ୍ଧୀୟ ବୁଥ୍‌ସ୍ତରୀୟ ଅଧିକାରୀ ବା ବିଏଲ୍‌ଓ ମାସ୍କଟ୍ ହୋଇଛି ‘ମିତା ଦିଦି’ । ଏହାକୁ ଭାରତ ନିର୍ବାଚନ କମିଶନ ମଧ୍ୟ ନିଜର ବିଏଲ୍‌ଓ ପତ୍ରିକାରେ ମାସ୍କଟ୍ ରୂପେ ସ୍ଥାନିତ କରିଛନ୍ତି । ଫଳରେ ଓଡ଼ିଶାର ବିଏଲ୍‌ଓ ମାସ୍କଟ୍ ‘ମିତା ଦିଦି’ ବର୍ତ୍ତମାନ ସମଗ୍ର ଦେଶରେ ବିଏଲ୍‌ଓ ମାସ୍କଟ୍ ପାଲଟିଛି । ଏହା ଓଡ଼ିଶା ପାଇଁ ନିଶ୍ଚିତ ଭାବରେ ଗର୍ବର ଓ ଗୌରବର ବିଷୟ ।

 ସୋମବାର ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସମସ୍ତ ବିଏଲ୍‌ଓଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ନିର୍ବାଚନ ପ୍ରକ୍ରିୟାରେ ବିଏଲ୍‌ଓ (ବୁଥ୍ ଲେବୁଲ୍ ଅଫିସର ବା ବୁଥ୍‌ସ୍ତରୀୟ ଅଧିକାରୀ)ମାନଙ୍କର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଭୋଟର୍ ତାଲିକା ସଂଶୋଧନ ଏବଂ ନିର୍ବାଚନ ପରିଚାଳନା ପ୍ରକ୍ରିୟାରେ ତୃଣମୂଳ ସ୍ତରରେ ବୁଥ୍‌ସ୍ତରୀୟ ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥା’ନ୍ତି । ବାହାରକୁ ଜଣାପଡ଼ୁ ନଥିଲେ ମଧ୍ୟ ନିର୍ବାଚନ ପ୍ରକ୍ରିୟାର ସଫଳ ରୂପାୟନ ପାଇଁ ଗୁରୁ ଦାୟିତ୍ୱ ବହନ କରୁଥିବାରୁ ସେମାନଙ୍କୁ ନିର୍ବାଚନର ‘ଅକୀର୍ତ୍ତିତ ନାୟକ’ ଭାବେ ଅଭିହିତ କରାଯାଏ । ଗଣତନ୍ତ୍ରକୁ ତୃଣମୂଳ ସ୍ତରରୁ ଶକ୍ତିଶାଳୀ କରିବାରେ ବିଏଲ୍‌ଓଙ୍କ ଦାୟିତ୍ୱ ଅନେକ । ଆସନ୍ତା ସାଧାରଣ ନିର୍ବାଚନରେ ସମସ୍ତ ବୁଥ୍‌ସ୍ତରୀୟ ଅଧିକାରୀମାନେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ରୂପେ କାର୍ଯ୍ୟ କରିବେ ।

 ଶ୍ରୀ ଧଳ କହିଛନ୍ତି ଯେ ବର୍ତ୍ତମାନ ଓଡ଼ିଶାର ‘ମିତା ଦିଦି’ ସମଗ୍ର ଦେଶର ବୁଥ୍‌ସ୍ତରୀୟ ଅଧିକାରୀଙ୍କ ପ୍ରତିନିଧି ପାଲଟିଛି । ନିର୍ବାଚନ କମିଶନଙ୍କ ବୁଥ୍‌ସ୍ତରୀୟ ଅଧିକାରୀ ପତ୍ରିକାର ଦଶମ ସଂସ୍କରଣରେ ‘ମିତା ଦିଦି’ ସ୍ଥାନ ପାଇବା ସମସ୍ତ ବୁଥ୍‌ସ୍ତରୀୟ ଅଧିକାରୀ ତଥା ସମଗ୍ର ରାଜ୍ୟ ପାଇଁ ଖୁସି ଆଣି ଦେଇଛି । ଏହା ସମସ୍ତ ବୁଥ୍‌ସ୍ତରୀୟ ଅଧିକାରୀଙ୍କୁ ନିଜର ଦାୟିତ୍ୱ ନିର୍ବାହ କରିବା ପାଇଁ ଅଧିକ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ମତବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking