ନୂଆଦିଲ୍ଲୀ : ଅଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଅଦାନୀ ଭାରତ ସହ ଏସିଆର ବି ସବୁଠାରୁ ଧନୀ ବ୍ୟକ୍ତି ହେଲେ । ଆଜିଠାରୁ କିଛି ବର୍ଷ ପୂର୍ବରୁ ତାଙ୍କ ନାଁ ହୁଏତ କେହି ଜାଣିନଥିଲେ ମାତ୍ର ଆଜି ତାଙ୍କୁ ପୂରା ବିଶ୍ବ ଜାଣିଛି । ଏବେ ଗୌତମ ଅଦାନୀ ନେଟଓ୍ବର୍ଥ ମାମଲାରେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ବ୍ଲୁମବର୍ଗର ଇଣ୍ଡେକ୍ସ ଅନୁସାରେ ଗୌତମ ଅଦାନୀ ଏବେ ବିଶ୍ବର ତୃତୀୟ ସବୁଠାରୁ ଧନୀ ବ୍ୟକ୍ତି ହୋଇଯାଇଛନ୍ତି । ଅଦାନୀ ଏପରି ଭାବେ ଏବେ ଏସିଆର ପ୍ରଥମ ବ୍ୟବସାୟୀ ହୋଇଯାଇଛନ୍ତି । ବ୍ଲୁମବର୍ଗର ଇଣ୍ଡେକ୍ସ ଅନୁସାରେ ଅଦାନୀ ଏବେ ଲୁଇସ ଭୁଇଟୁନର ସିଇଓ ଏବଂ ଚେୟାରମ୍ୟାନ ବର୍ନାର୍ଡ ଅର୍ନାଲ୍ଟକୁ ପଛରେ ପକାଇ ଦେଇଛନ୍ତି । ଇଣ୍ଡେକ୍ସର ଅନୁସାରେ ଅଡାନୀଙ୍କ ନେଟଓ୍ବର୍ଥ ବଢି ଏବେ ପ୍ରାୟ ୧୩୭.୪ବିଲିୟନ ଡଲାର ହୋଇଯାଇଛି । ଏବେ ଅଦାନୀ ସମୂହର ଚେୟାରମ୍ୟାନ ଆଗରେ କେବଳ ଟେସ୍ଲାର ସିଇଓ ଏଲନ ମସ୍କ ଏବଂ ଆମାଜନର ଫାଉଣ୍ଡର ଜ୍ୟାଫ ବେଜୋସ ଅଛନ୍ତି । ମସ୍କଙ୍କ ନେଟଓ୍ବର୍ଥ ଏବେ ୨୫୧ବିଲିୟନ ଡଲାର ରହିଛି, ଯାହାକି ବେଜୋସଙ୍କ ନିକଟରେ ପ୍ରାୟ୧୫୩ବିଲିୟନ ଡଲାରର ସମ୍ପତ୍ତି ରହିଛି ।