21.1 C
Bhubaneswar
Saturday, November 16, 2024
Homeଖେଳଗୌଫ୍‌ଙ୍କୁ ପ୍ରଥମ ୟୁଏସ୍‌ ଓପନ୍‌ ଟାଇଟଲ

ଗୌଫ୍‌ଙ୍କୁ ପ୍ରଥମ ୟୁଏସ୍‌ ଓପନ୍‌ ଟାଇଟଲ

ନ୍ୟୁୟର୍କ : ଆମେରିକାର କୋକୋ ଗୌଫ୍‌ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ ୟୁଏସ୍‌ ଓପନ୍‌ରେ ମହିଳା ଏକକ ଚମ୍ପିଆନ୍ ହୋଇଛନ୍ତି । ଶନିବାର ରାତିରେ ଖେଳା ଯାଇଥିବା ଫାଇନାଲରେ ୧୯ ବର୍ଷ ବୟସ୍କା ଗୌଫ୍‌ ୨ୟ ସିଡ୍‌ ବେଲାରୁଷର ଆରିନା ସାବାଲେଙ୍କାଙ୍କୁ କଡ଼ା ମୁକାବିଲା ପରେ ୨-୬, ୬-୩, ୬-୨ ସେଟ୍‌ରେ ପରାସ୍ତ କରିଛନ୍ତି। ଘରୋଇ ଦର୍ଶକଙ୍କ ସମର୍ଥନ ପାଇ ୬ଷ୍ଠ ସିଡ୍‌ ଗୌଫ୍‌ ଚମତ୍କାର ପ୍ରଦର୍ଶନ କରିଥିଲେ। ପ୍ରଥମ ସେଟ୍‌ ହାରିବା ପରେ ମଧ୍ୟ ସାବାଲେଙ୍କାଙ୍କ ବିପକ୍ଷରେ ଗୌଫ୍‌ ପରବର୍ତ୍ତୀ ୨ଟି ସେଟ୍‌ ଜିତି ନେଇଥିଲେ। ଏହି ମୁକାବିଲା ୨ ଘଣ୍ଟା ୬ ମିନିଟ ଧରି ଚାଲିଥିଲା। ଏହା ଗୌଫ୍‌ଙ୍କ ଜୀବନର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ। ଗତବର୍ଷ ଗୌଫ୍‌ ଫ୍ରେଞ୍ଚ୍‌ ଓପନ୍‌ ଫାଇନାଲ ଖେଳି ଇଗା ସ୍ବିଆଟେକ୍‌ଙ୍କଠାରୁ ପରାସ୍ତ ହୋଇଥିଲେ। ୟୁଏସ୍‌ ଓପନ୍‌ ଟାଇଟଲ ଜିତି କୋକୋ ଗୌଫ୍‌ ଭବିଷ୍ୟତର ତାରକା ଭାବେ ଉଭା ହୋଇଛନ୍ତି। ଫ୍ଲୋରିଡାର ଗୌଫ୍‌ ୧୯୯୯ ପରେ ୨୦ ବର୍ଷରୁ କମ୍ ବୟସରେ ଆମେରିକାର ଖେଳାଳି ଭାବେ ୟୁଏସ୍‌ ଓପନ୍‌ ଚମ୍ପିଆନ୍ ହୋଇଛନ୍ତି। ୧୯୯୯ରେ ମାତ୍ର ୧୭ ବର୍ଷ ବୟସରେ ଆମେରିକାର ସେରେନା ୱିଲିୟମ୍‌ସ ୟୁଏସ୍‌ ଓପନ୍‌ ଚମ୍ପିଆନ୍ ହୋଇଥିଲେ। ଆମେରିକାର ଟ୍ରେସି ଅଷ୍ଟିନ୍ ମଧ୍ୟ ୨୦ ବର୍ଷରୁ କମ୍ ବୟସରେ ୟୁଏସ୍‌ ଓପନ୍‌ ଚମ୍ପିଆନ୍ ହୋଇଥିଲେ। ମୋଟଉପରେ କୋକୋ ଗୌଫ୍‌ ୨୦ ବର୍ଷରୁ କମ୍ ବୟସରେ ୟୁଏସ୍‌ ଓପନ୍‌ ଜିତିବାରେ ୧୦ମ ଖେଳାଳି ହୋଇ ପାରିଛନ୍ତି। ସେରେନା ଓ ଟ୍ରେସି ଅଷ୍ଟିନ୍‌ଙ୍କୁ ଛାଡ଼ି ଏହି କୃତିତ୍ବ ଅର୍ଜନ କରିଛନ୍ତି ଷ୍ଟେଫି ଗ୍ରାଫ୍‌, ମୋନିକା ସେଲେସ୍, ମାର୍ଟିନା ହିଙ୍ଗିସ୍‌, ଶ୍ବେତଲାନା କୁଜ୍‌ନେତ୍ସୋଭା, ମାରିଆ ସାରାପୋଭା, ବ୍ୟାଙ୍କା ଆଣ୍ଡ୍ରିସ୍କ୍ୟୁ ଓ ଏମ୍ମା ରାଡୁକାନୁ। ଗତବର୍ଷ ୟୁଏସ୍‌ ଓପନ୍‌ ଖେଳି ୨୩ଟି ଗ୍ରାଣ୍ଡସ୍ଲାମ୍‌ ଟାଇଟଲ ଜିତିଥିବା ସେରେନା ୱିଲିୟମ୍‌ସ ଟେନିସ୍‌ରୁ ବିଦାୟ ନେଇଥିବା ବେଳେ ଚଳିତବର୍ଷ ୟୁଏସ୍‌ ଓପନ୍‌ ଚମ୍ପିଆନ୍ ହୋଇ ଗୌଫ୍‌ ଆମେରିକାର ନୂତନ ସେରେନା ୱିଲିୟମ୍‌ସ ଭାବେ ଉଭା ହୋଇଛନ୍ତି। ବିଶ୍ବର ୨ନଂ ଖେଳାଳି ଆରିନା ସାବାଲେଙ୍କା ଆକ୍ରମଣାତ୍ମକ ଟେନିସ୍‌ ଓ ଜୋର୍‌ଦାର ସଟ୍‌ ପାଇଁ ପ୍ରସିଦ୍ଧ ଥିବା ବେଳେ ଗୌଫ୍‌ ରକ୍ଷଣାତ୍ମକ ପ୍ରଦର୍ଶନ କରି ତାଙ୍କୁ ନିରାଶ କରିଥିଲେ। ଚଳିତବର୍ଷ ୱିମ୍ବଲଡନ୍‌ର ପ୍ରଥମ ରାଉଣ୍ଡରୁ ବିଦାୟ ନେବା ପରେ କୋକୋ ଗୌଫ୍‌ ହାର ମାନିନଥିଲେ। ଉକ୍ତ ପରାଜୟ ପରେ ଗୌଫ୍ ଚମତ୍କାର ପ୍ରଦର୍ଶନ କରି ୧୯ଟିରୁ ୧୮ଟି ମ୍ୟାଚ୍‌ ଜିତି ପାରିଛନ୍ତି। ଏହି ମ୍ୟାଚ୍‌ ପୂର୍ବରୁ ବେଲାରୁଷ ଆରିନା ସାବାଲେଙ୍କା ଚଳିତବର୍ଷ ୨୫ଟି ମ୍ୟାଚ୍‌ ଖେଳି ୨୩ଟି ଜିତିବା ସହ ଚମତ୍କାର ଫର୍ମରେ ଥିଲେ। ଚଳିତବର୍ଷ ଜାନୁଆରୀରେ ସାବାଲେଙ୍କା ଅଷ୍ଟ୍ରେଲିଆନ୍ ଓପନ୍‌ ଚମ୍ପିଆନ୍ ହୋଇଥିଲେ। ଏଠା​‌େ​‌ର ଫାଇନାଲ ଖେଳିବା ସହ ସାବାଲେଙ୍କା ଆସନ୍ତା ସପ୍ତାହରେ ପ୍ରକାଶ ପାଇବାକୁ ଥିବା ନୂତନ ଡବ୍ଲ୍ୟୁଟିଏ ମାନ୍ୟତାରେ ବିଶ୍ବର ୧ନଂ ମହିଳା ସିଙ୍ଗଲ୍‌ସ ଖେଳାଳି ହେବେ। ପ୍ରଥମ ସେଟ୍‌​‌େ​‌ର ସ୍କୋର୍‌ ୨-୨ ଥିବା ବେଳେ ସାବାଲେଙ୍କା ୨ ଥର ଗୌଫ୍‌ଙ୍କ ସର୍ଭିସ ଭଙ୍ଗକରିବା ସହ କ୍ରମାଗତ ୪ଟି ଗେମ୍‌ ଜିତି ଏହାକୁ ୬-୨ରେ ଜିତି ନେଇଥିଲେ। ୨ୟ ସେଟ୍‌ରେ ଗୌଫ୍‌ ତାଙ୍କ ଖେଳର ମାନକୁ ବହୁତ ଉପରକୁ ନେଇ ଯାଇଥିଲେ। ସେ ୪-୦ରେ ଆଗୁଆ ହେବା ପ​‌େ​‌ର ସେଟ୍‌କୁ ଜିତି ନେଇଥିଲେ। ୩ୟ ସେଟ୍‌ରେ ମଧ୍ୟ ଏହା ଦେଖିବାକୁ ମିଳିଥିଲା। ମ୍ୟାଚ୍‌ ଜିତିବା ପରେ ଗୌଫ୍‌ କୋର୍ଟରେ ଗଡ଼ିଯାଇ କାନ୍ଦି ପକାଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking