18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶପୁଣି ଦ୍ୱିତୀୟ ଦିନରେ ବଢ଼ିଲା ପେଟ୍ରୋଲ-ଡିଜେଲ ଦର

ପୁଣି ଦ୍ୱିତୀୟ ଦିନରେ ବଢ଼ିଲା ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ: ଦେଶରେ ଲଗାତର ଦ୍ୱିତୀୟ ଦିନରେ ବଢ଼ିଲା ପେଟ୍ରୋଲ-ଡିଜେଲ ଦର। ବୁଧବାର ସକାଳେ ପେଟ୍ରୋଲ ଓ ଡିଜେଲ ଦର ୮୦ ରୁ ୮୫୦ ପଇସା ବଢ଼ିଛି। ବର୍ତ୍ତମାନ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦାମ ବଢ଼ିଯାଇ ୯୭.୦୧ ଟଙ୍କା ପ୍ରତି ଲିଟରକୁ ହୋଇଛି। ସେହିଭଳି ଡିଜେଲ ପ୍ରତି ଲିଟର ପିଛା ୮୮.୨୭ ଟଙ୍କା ହୋଇଛି।

ଆଜିର ଦାମ ବଢ଼ିବା ପରେ ମୁମ୍ୱାଇରେ ପେଟ୍ରୋଲ ଲିଟର ପିଛା ୧୧୧.୬୭ ଟଙ୍କା ହୋଇଥିବା ବେଳ ଡିଜେଲ  ପ୍ରତି  ଲିଟର ପିଛା ୯୫.୮୫ ଟଙ୍କା ହୋଇଛି। ସେହିଭଳି କୋଲକାତାରେ ମଧ୍ୟ  ପେଟ୍ରୋଲର ଦରରେ ବୃଦ୍ଧି ଘଟିଛି। ସେଠାରେ ପେଟ୍ରୋଲ ଲିଟର ପିଛା ୧୦୬.୩୪ ଟଙ୍କା ଥିବାବେଳେ ଡିଜେଲର ଦର ଲିଟର ପିଛା ୯୧.୪୨ ଟଙ୍କାକୁ ବୃଦ୍ଧି ପାଇଛି। ଏଥି ସହିତ ଚେନ୍ନାଇରେ ମଧ୍ୟ ପେଟ୍ରୋଲ ଲିଟର ପିଛା ୧୦୨.୯୧ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୨.୯୫ ଟଙ୍କା ହୋଇଛି।

ସୂଚନା ଥାଉକି, ୫ ଟି ରାଜ୍ୟରେ ନିର୍ବାଚନ ସରିବା ପରେ ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଥିଲେ ଯେ ଏବେ କେନ୍ଦ୍ର ସରକାର ତୈଳ ଦର ବୃଦ୍ଧି କରିପାରନ୍ତି। ପୂର୍ବରୁ ନିର୍ବାଚନ ଚାଲିଥିବା ସମୟରେ ତୈଳ କମ୍ପାନୀଗୁଡ଼ିକୁ ତୈଳ ଦର ବୃଦ୍ଧି ନକରିବା ପାଇଁ କେନ୍ଦ୍ର ସରକରା କହିଥିଲେ ବୋଲି ଅଭିଯୋଗ କରିଥିଲେ ବିରୋଧୀଦଳ। ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୧୨ ଡଲାର ରହିଛି। ତୈଳ କାମ୍ପାନୀଗୁଡ଼ିକ କହିଛନ୍ତି ଆଗକୁ ଖୁଚୁରା ଦାମରେ ମଧ୍ୟ ବୃଦ୍ଧି ବୃଦ୍ଧି ଘଟିପାରେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking